କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଆହତ ଷଣ୍ଢକୁ ଉଦ୍ଧାର କରି ଚିକିତ୍ସା କରାଇଲେ କଟକ କାଠଗଡ଼ା ସାହିର ଯୁବକ . ବେପରୱା ଗାଡି ଚାଳନା ଯୋଗୁଁ ଏକ ଷଣ୍ଢ ଛୁଆ ଆହତ ହୋଇ ରାସ୍ତାରେ ପଡି ରହିଥିଲା . ସ୍ଥାନୀୟ କିଛି ଯୁବକ ଆହତ ଷଣ୍ଢକୁ ଯଥା ସମ୍ଭବ ଚିକିତ୍ସା କରି ସିଡିଏ ସେକ୍ଟର ୧୧ ସ୍ଥିତ ଷଣ୍ଢ ଆଶ୍ରମକୁ ନେଇ ଛାଡିଲେ । ଯୁବକ ମାନଙ୍କର ଏହି ଗୋ ପ୍ରେମକୁ ସ୍ଥାନୀୟ ବାସିନ୍ଦା ମାନେ ପ୍ରଶଂସା କରିବା ସହିତ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏପରି ବେପରୱା ଗାଡି ଚାଳନାକୁ ବିରୋଧ କରିଛନ୍ତି ।
ମାନବିକତାର ପରିଚୟ ଦେଲେ କାଠଗଡା ସାହିର ଯୁବକ ମାନେ ।

