କ୍ରିଏଟିଭ ଆର୍ଟସ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି . ପାରଳା ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଙ୍କୁ ଓଡିଶୀ କଣ୍ଠ ସଂଗୀତ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୦ ବର୍ଷ ପାଇଁ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ରେ ପୁରସ୍କୃତ କରିଥିଲେ, ଏହା ପରେ ଗଂଜାମ ଓ ଗଜପତି ଜିଲ୍ଲା ର କଳାପ୍ରେମୀ ମହଲ ରେ ଖୁସୀ ର ଲହରୀ ଖେଳିଯାଇଥିଲା .

ଦୀର୍ଘ ବର୍ଷ ପରେ ଗଜପତିରୁ ଜଣେ କଳାକାର ପୁରସ୍କୃତ ହେଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଆଜି ରଘୁନାଥ ପାତ୍ର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଈ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ . ଆୟୋଜକ କ୍ରିଏଟିଭ ଆର୍ଟସ ସହ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନ, ଭକ୍ତି ସଙ୍ଗୀତ ସଂସଦ, ଉତ୍କଳ ହିତୈସିଣୀ ସମାଜ, ସମଲେଇ ନୃତ୍ୟ ପରିଷଦ, ନଟରାଜ ଡେନ୍ସ ସ୍କୁଲ, ଜଗନ୍ନାଥ୍ ଓଡିଶୀ କଳାକେନ୍ଦ୍ର, ପଦାମୃତ ଓଡିଶୀ ନୃତ୍ୟୟନ୍, ଗଜପତି କଳା ପରିଷଦ, ନିତ୍ୟାନନ୍ଦ ପାଠାଗାର, ଆକାଂକ୍ଷା ମହିଳା ସଂଗଠନ, ସୃଜନିକା ଯୁବ ପରିଷଦ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଆଦି ଅନେକ ଅନୁଷ୍ଠାନର କର୍ମ କର୍ତ୍ତା ମାନେ ଜଣ ଜଣ କରି ଅଭିନନ୍ଦନ ଜଣାଇଥିଲେ, ସମ୍ବର୍ଦ୍ଧନା ବୈଠକ କୁ ଅନୁଷ୍ଠାନ ର ସଭାପତି ନୃସିଂହ ଚରଣ ପଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମନୋଜ ପାଢ଼ୀ, ଉପ ସଭାପତି ଏମ. ପୃଥିବୀରାଜ, ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ, ଅର୍ଜୁନ ନାୟକ, ଅମୁଲ୍ୟ ପାଣିଗ୍ରାହି, ଶୁଭ୍ରାଂଶୁ ଶେଖର ପଟନାୟକ, ସୁଜିତ ପାଣିଗ୍ରାହି, କାମଦେବ ପାଢ଼ୀ, ସତ୍ୟ ପଢ଼ୀୟରି, ହର ତ୍ରିପାଠୀ, କୁନା ହଳଧର, ହରିହର ପଟନାୟକ, ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ !!

Leave a Reply

Your email address will not be published. Required fields are marked *