ଚିଲିକା ବିଧାୟକ ବିଜେଡି ରୁ ନିଲମ୍ବିତ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହଙ୍ଗା ପଡିଲା ଦବଙ୍ଗଗିରି . ସର୍ବସାଧାରଣ ସ୍ଥାନରେ ମାଡ ମାରି ଦଳରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ . ଅଭ୍ୟାସଗତ ଗଣ୍ଡଗୋଳ ସୃଷ୍ଟିକାରୀ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କୁ ମହଙ୍ଗା ପଡିଲା ଗୁଣ୍ଡାଗିରି . ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ର ଶୀକାର ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ . ଚିଲିକା ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବିଜେପି କର୍ମୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଖୋଦ ବିଧାୟକ . ସାମାଜିକ ଗଣମାଧ୍ୟମରେ ତାଙ୍କ ମାଡ ଫୌଜଦାରୀ ଦୃଶ୍ୟ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା . ଆଗରି ନିଜର ଏପରି କାମ ପାଇଁ ବିବାଦିତ ଥିବା ପ୍ରଶାନ୍ତ ଜଗଦ୍ଦେବ ଏଥର ପଡିଗଲେ ଖାପରେ . ତାଙ୍କର ଏପରି କାର୍ଯ୍ୟକଳାପ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ପ୍ରେସ ବିବୃତିରେ ପ୍ରକାଶ କରାଯାଇଛି .

Leave a Reply

Your email address will not be published. Required fields are marked *