ରୁଦ୍ର ନାରାୟଣ ପାଣିଙ୍କର ସଦାଶିବପୁର ଗସ୍ତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କର ସଦାଶିବପୁର ଗସ୍ତ . ସଦାଶିବପୁର ପଞ୍ଚାୟତ ଅନ୍ତର୍ଗତ ବଉଳପୁର ପାଟଣା ଗ୍ରାମର ଅକ୍ଷୟ ସାମଲ ଗତ 5 ତାରିଖ ଦିନ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟ ହୋଇ ଯାଇଥିଲା । ତାଙ୍କର ପରିବାରକୁ ଶ୍ରୀଯୁକ୍ତ ପାଣି ଦେଖା କରିବା ସହ ଶୋକକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥି ସଂଗେ ସଂଗେ ଉକ୍ତ ପଂଚାୟତର ସୁଦଡ଼ିହି କଟେଣୀ ଗ୍ରାମରେ ଆଜି ସକାଳେ ଅକାଳ ମୃତ୍ୟୁ ବରଣ କରିଥିବା ବିଜେପିର ବରିଷ୍ଠ ନେତା ରଞ୍ଜନ ରାଉତଙ୍କ ପରିବାରଙ୍କୁ ମଧ୍ୟ ଭେଟିଥିଲେ । ଉଭୟ ପରିବାରକୁ କିଭଳି ଭାବେ ସରକାରୀ ସହାୟତା ପ୍ରଦାନ କରାଯାଇ ପାରିବ ସେଥିପାଇଁ ସମସ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ସାଂସଦଙ୍କ ସାଙ୍ଗରେ ମଣ୍ଡଳ ସଭାପତି ବନଜ ରଥ, ଚନ୍ଦନ ମହାଭୋଇ, ଅଶ୍ୱିନ ନାୟକ, ଆନନ୍ଦ ପାତ୍ର, ଅକୃର ଖଟୁଆ, ଲଷ୍ମୀଧର ସାହୁ ଙ୍କ ସମେତ ଅନେକ କାର୍ଯ୍ୟକାର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *