ଲଗାଣ ବର୍ଷା : ଆତଙ୍କିତ ଅବସ୍ଥାରେ ଚଢେଇ ଗୁଆଁ ଗ୍ରାମବାସୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ସମୟରେ ଚିଲିକା ଅଞ୍ଚଳରେ ଲଗାଣ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଘାଇ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶି ଯାଇଛି । ସୂଚନା ଅନୁସାରେ ଚିଲିକା ବ୍ଲକ ଅଞ୍ଚଳର ଟାଙ୍ଗୀ ଥାନା ଅର୍ନ୍ତଗତ କାଳୁପଡା ଘାଟ ଅଞ୍ଚଳର ଅଁଳାଡିହ ଗ୍ରାମ ଚଡେଇ ଗୁଆଁ ତଳସାହି ରେ କୁସୁମୀ ନଦୀର ଜଳସ୍ତର ବଢିବା ପରେ ଗ୍ରାମକୁ ସଂଯୋଗ କରୁଥିବା ଶଙ୍ଖ ପାର୍ଶ୍ଵ ଗାର୍ଡ ଭାଙ୍ଗି ଗ୍ରାମ ଭିତରକୁ ପାଣି ପଶିଯିବାର ଭୟ ଦେଖା ହେଇଛି । ଯାହା ଫଳରେ ଦୁଇଶହ ରୁ ଅଧିକ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *