ବେଗୁନିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର, ଖେଳ ପଡ଼ିଆ ଏବଂ ମେଗା ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଯାଇଛି । ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭିନ୍ନ ଲୋକ କଲ୍ୟାଣକାରୀ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ପରେ କୁଶପଲ୍ଲା – ବଡ଼ବେରଣା ରାସ୍ତାର ଉଭୟ ପାର୍ଶ୍ଵରେ ଵୃକ୍ଷ ରୋପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷାବିତ ଭଗବାନ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ପୂର୍ବତନ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ , ଆତ୍ମା ଚେୟାରମ୍ୟାନ ଶ୍ରୀନିବାସ ପାଇକରାୟ , ସିମୋର ସରପଞ୍ଚ ସରୋଜିନୀ ଖୁଣ୍ଟିଆଙ୍କ ସମେତ ଜଳ ଯୋଗାଣ ପ୍ରକଳ୍ପର ଯନ୍ତ୍ରୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *