ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ଅଟୋ ଚାଳକଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । ସୂଚନା ମୁତାବକ ଆଜି ଅପରାହ୍ନରେ ପାରିକଂସାରୀ ଗ୍ରାମରୁ କେବୁଲ କାମ ସାରି ଏକ ଅରଟେଲ କେବୁଲ ଅଟୋ ବାଲୁଗାଁ ଅଫିସ ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରାହ୍ମଣକୋଷଡିହ ଛକ ନିକଟରେ ଅଟୋଟିକୁ ଏକ ଆଇଚର ଗାଡ଼ିଟି ପଛପଟୁ ଶକ୍ତ ଧକ୍କା ଦେବା ସହ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ମଧ୍ୟ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । କିନ୍ତୁ ଆଇରନ ବୋଝେଇ ଟ୍ରକର କିଛି କ୍ଷତି ହୋଇନଥିବା ବେଳେ ଅଟୋଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ତେବେ ଅଟୋ ମଧ୍ୟରେ ଥିବା ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଅଟୋ ଚାଳକ ଜୟକୃଷ୍ଣ ରଣା (୬୦) ଙ୍କ ଡାହାଣ ପାଦଟି କଟି ଯାଇଥିବାର ଖବର ମିଳିଛି । ଅଟୋ ଚାଳକ ଜଣଙ୍କ ବାଲୁଗାଁ ଗୁଣ୍ଡୁରିପୁରର ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ବିଜୟ କୁମାର ବଳିୟାରସିଂହ ସଙ୍ଗେ ସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ପଠାଇଛନ୍ତି । ଏହାସହ ସ୍ଥାନୀୟ ପୋଲିସକୁ ମଧ୍ୟ ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି ।