ବୈଦେଶ୍ଵର – ଗୋପୀନାଥପୁର ସେତୁ ନାମକରଣ ନେଇ ଉଠିଲା ଦାବୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାଙ୍କୀ ଏବଂ ବଡମ୍ବା ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଥିବା ନବ ନିର୍ମିତ ବୈଦେଶ୍ଵର – ଗୋପୀନାଥପୁର ସେତୁ ନାମକରଣ ନେଇ ଉଠିଲା ଦାବୀ ର ସ୍ୱର । ବାଗ୍ମୀ , ସୁବକ୍ତା ତଥା ଭାଷା ଆନ୍ଦୋଳନର ସଭାପତି, ଓଡିଶା ନାଗରିକ ମହାମଞ୍ଚର ସଭାପତି ତଥା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ତାଙ୍କ ଦାବୀ ମାଧ୍ୟମରେ ବାଙ୍କୀ ବୈଦେଶ୍ୱର ରୁ ଗୋପୀନାଥ ପୁର ସେତୁକୁ ପଣ୍ଡିତ ନୀଳମଣି ବିଦ୍ୱାରତ୍ନଙ୍କ ନାମରେ ନାମିତ କରାଯାଉ ବୋଲି ପ୍ରକାଶ କରିଛନ୍ତି । ବୈଦେଶ୍ଵରରେ ଜନ୍ମିତ ଯୋଗଜନ୍ମା ସାଧକ ପଣ୍ଡିତ ନୀଳମଣୀ ବିଦ୍ୟାରତ୍ନ ନିଜର ଦକ୍ଷତା ଏବଂ ପାରଦର୍ଶିତା ବଳରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ନୂଆ ପ୍ରାଣ ଦେଇଥିଲେ . ତେଣୁ ତାଙ୍କରି ଜନ୍ମମାଟିରେ ନିର୍ମିତ ସେତୁକୁ ତାଙ୍କ ନାମରେ ନାମିତ କରାଗଲେ ଏହା ତାଙ୍କ ପ୍ରତି ଏକ ଯଥାର୍ଥ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀଯୁକ୍ତ ଶତପଥି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *