ସ୍ଥିତିବାନ ଜମିରେ ଚାଲିଛି ସରକାରୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ : ଅର୍ଥ ହଡପ ଅଭିଯୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ସରକାରୀ ଅର୍ଥର ଅପ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ବାବୁ ମାନେ ସରକାରୀ ଅର୍ଥର ଅପ ବ୍ୟବହାର କରୁଥିବା କୁହାଯାଉଛି। ସ୍ଥିତିବାନ ଜମିରେ ସରକାରୀ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବାଣପୁର ବ୍ଲକର ତୁମ୍ବୁରାପୁଟ ପଞ୍ଚାୟତ ରତନପୁର ଗ୍ରାମର ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସରପଞ୍ଚଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ନିଜର ସ୍ଥିତିବାନ ଜମି ଉପରେ ଜୋର କରି ସରକାରୀ ମାର୍କେଟ କମ୍ପ୍ଲେକ୍ସ କରାଯାଉଥିବା ଅଭିଯୋଗ କରିଛନ୍ତି। ଏବାବଦରେ ପରିବାର ଲୋକେ ପ୍ରତିବାଦ କରିବାରୁ, ଧମକ ମିଳୁଥିବା ଜଣାପଡିଛି। ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ମାଧ୍ୟମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଭିନବ ଉପାୟରେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବାର ସୁବର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କୌଣସି ସ୍ଥିତିବାନ ଜାଗାରେ ଏଭଳି ସରକାରୀ ବିଲ୍ଦିଙ୍ଗିଂ ନିର୍ମାଣ କରିବା ପାଇଁ ନିୟମ ନଥିବା ବେଳେ କିଭଳି ଏହା ସମ୍ଭବ ହେଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତିଆରି ଚାଲିଥିବା ମାର୍କେଟ କମ୍ପ୍ଲେସ ଆଗାମୀ ଦିନରେ ସମୂହ ସ୍ୱାର୍ଥରେ ଲାଗିବ ନା ଜାଗା ମାଲିକଙ୍କ କାମରେ ଲାଗିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ବାଣପୁର ବି.ଡି.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନଥିବା କୋହଭରା କଣ୍ଠରେ କହିଛନ୍ତି । ଏହି ବାବଦରେ ଆମ ପ୍ରତିନିଧି ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେଵାରୁ ସେ କହିଲେ ଯେ, ଏହାକୁ ନେଇ ଆମେ ତତ୍ପର ଅଛୁ। ଅଭିଯୋଗ ପରେ ବର୍ତ୍ତମାନ ଉକ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିବା ବେଳେ ଡି-ମାର୍କେସନ ପାଇଁ ଆବେଦନ କରିଛୁ। ଡି-ମାର୍କେସନ ପରେ ଉଚିତ ପଦକ୍ଷେପ ନେବୁ ବୋଲି ବିଡିଓ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ ନିର୍ମାଣ କାର୍ଯ୍ୟକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କହିଛନ୍ତି। ଏ ନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସରକାରୀ ବାବୁମାନଙ୍କ ଶିଥିଳତା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଶ୍ରୀ ରଣସିଂହ କହିଛନ୍ତି । ଲୋକାଭିମୁଖ ଯୋଜନା ନାମରେ ସରକାରୀ ଅର୍ଥ ବର୍ବାଦ ହେଉଥିବା ବେଳେ ଏହା ପାଇଁ ଦାୟୀ କିଏ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ସରକାର ଘଟଣାକୁ ଉପଯୁକ୍ତ ତଦନ୍ତ କରି ସୁବର୍ଣ୍ଣଙ୍କୁ ନ୍ୟାୟ ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ତେବେ ସୁବର୍ଣ୍ଣଙ୍କ ପରିବାରକୁ ପ୍ରଶାସନ ତରଫରୁ କେବେ ନ୍ୟାୟ ମିଳୁଛି, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *