ଅବକାରୀ ବିଭାଗର ଚଢ଼ାଉ : ୨୮ ଶହ ଲିଟର ପୋଚ ନଷ୍ଟ କରାଗଲା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଭୈରବ ସାହୁ ଙ୍କ ନେତୃତ୍ୱରେ ଏକ ଟିମ ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ବଡ଼ପଦର ଗ୍ରାମରେ ଚଢ଼ାଉ କରି ବ୍ୟାପକ ପୋଚ ନଷ୍ଟ କରିଥିବାର ସୂଚନା ମିଳିଛି . ବଡ଼ପଦର ଗ୍ରାମର ତ୍ରିନାଥ ସାହୁ ଦେଶୀ ମଦ ପ୍ରସ୍ତୁତ କରିଥିବାର ଅଭିଯୋଗ ପାଇ ଘଟଣା ସ୍ଥଳରେ ଅତର୍କିତ ଭାବରେ ଚଢ଼ାଉ କରିଥିଲେ ଅବକାରୀ ବିଭାଗ କର୍ମଚାରୀ । ଘଟଣା ସ୍ଥଳରୁ ୩୨୦ ଲିଟର ଦେଶୀ ମଦ, ଗୋଟିଏ ମୋଟର ସାଇକେଲ, ୨୮ଶହ ଲିଟର ପୋଚ ସମେତ ଦୁଇଟି ହାଣ୍ଡି ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରି ପୋଚ ଗୁଡିକୁ ନଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *