ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ମୁଣ୍ଡଳୀ ମହାନଦୀ ବ୍ୟାରେଜ ରେ ହାତୀ ଉଦ୍ଧାର ସମୟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମ ସଦସ୍ୟ ସୀତାରାମ ମୁର୍ମୁଙ୍କୁ ବାଙ୍କୀ ରେ ଶ୍ରଦ୍ଧା ସୁମନ ଅର୍ପଣ . ବରିଷ୍ଠ ସାମ୍ବାଦିକ ତଥା ଓ ଟିଭିର ଚିଫ ରିପୋର୍ଟର ଦିବଂଗତ ଅରିନ୍ଦମ ଦାସ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସଦସ୍ୟ । ମା ଚର୍ଚ୍ଚିକା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ସ୍ମୃତି ସଭାରେ ବାଙ୍କୀ ଅଞ୍ଚଳର ସମସ୍ତ ଛାପା , ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ପ୍ରତିନିଧି ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ଚର୍ଚ୍ଚିକା ମନ୍ଦିରରେ ସମୂହ ଦୀପଦାନ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ .

ଅନୁଷ୍ଠାନର ସଭାପତି ଅରବିନ୍ଦ ହରିଚନ୍ଦନ , ସମ୍ପାଦକ ମନୋଜ କୁମାର ଦଳେଇଙ୍କ ସମେତ ସାମ୍ବାଦିକ ଅନନ୍ତ ପଟ୍ଟନାୟକ , ସତ୍ୟବ୍ରତ ଦାଶ , ମାନସ ରଞ୍ଜନ ସାହୁ, ପ୍ରତାପ ନାୟକ, ଶୁଭେନ୍ଦୁ ମହାପାତ୍ର , ଅନନ୍ତ ରଣା , ବିକାଶ କୁମାର ବାରିକ, ଅଶୋକ ରଣା, ସୁବ୍ରତ କୁମାର ନାୟକ, ସୂର୍ଯ୍ୟମଣି ମଲ୍ଲିକ, ଅର୍ଜୁନ ପ୍ରଧାନ, ସୁନୀଲ ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର, ଦୁର୍ଯ୍ୟୋଧନ ଦାଶ, ପ୍ରଶାନ୍ତ କର, ବବୁଲୁ ରାଉତ , ବିଜୟ କୁମାର ରଣା, ଅଜିତ କୁମାର ରଣା ବସନ୍ତ ଦଳାଇ ଏବଂ ଗୌତମ ମିଶ୍ର ପ୍ରମୂଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ .

