ବାଲିଗୁଡାରେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଙ୍ଗତ ନିର୍ଭିକ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଅରିନ୍ଦମଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ କ୍ୟାଣ୍ଡେଲ ଜାଳିଥିଲେ ସମସ୍ତ ସାମ୍ବାଦିକ । ଏଥିରେ ସାମ୍ବାଦିକ ସତ୍ୟ ନାରାୟଣ ପାଢ଼ୀ, ପ୍ରମୋଦ କୁମାର ଦଣ୍ଡସେନା, ବିପ୍ର ଚରଣ ସାହୁ, ଚିତ୍ତ ରଞ୍ଜନ ନାୟକ, ଅସିତ କୁମାର ବେହେରା, ବିଭୂତି ଲହରିଆ, ,ସୁରେଶ କୁମାର ପତି,ସୁବ୍ରତ ମାଝୀ, ବନବାସୀ ପ୍ରଧାନ ସାମୁଏଲ ପ୍ରଧାନ, ସୁରେଶ କୁମାର ପଣ୍ଡା ପ୍ରମୁଖ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ କର୍ତ୍ତବ୍ୟ, ନିଷ୍ଠାପରତାକୁ ନେଇ ଶୋକ ପ୍ରକାଶ କରିବା ସହିତ ସ୍ମୃତିଚାରଣ କରିଥିଲେ । ଅରିନ୍ଦମ ଦାସଙ୍କ ପରିବାରକୁ ମଧ୍ୟ ବାଲିଗୁଡା ସାମ୍ବାଦିକ ସଂଘ ପକ୍ଷରୁ ସମବେଦନା ଜଣାଇବା ସହିତ ବର୍ତ୍ତମାନ ସମୟରେ ପ୍ରଭୁ ଜଗନ୍ନାଥ ସହାୟକ ହୁଅନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *