କପିଳାସ ପୀଠର ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । କପିଳାସ ଓ ସପ୍ତଶଯ୍ୟା ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଭକ୍ତ ଓ ପର୍ଯ୍ୟଟକ ମାନଙ୍କର ସୁବିଧା ନିମନ୍ତେ ସର୍ବନିମ୍ନ ବ୍ୟବସ୍ଥା ଯଥା ଶୌଚାଳୟ ନିର୍ମାଣ , ବିଦ୍ୟୁତ ସଂଯୋଗ , ଝରଣାକୁ ଆକର୍ଷଣୀୟ କରିବା , ରାସ୍ତା ନିର୍ମାଣ କରିବା , କପିଳାସ ପୀଠକୁ ପଲିଥିନ ମୁକ୍ତ କରିବା , ଆବଶ୍ୟକୀୟ ସିକ୍ୟୁରିଟି ଯୋଗାଇବା , ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ସଂପ୍ରସାରଣ କରିବା , ଠାକୁରଙ୍କ ଜମିକୁ ଜବର ଦଖଲ ମୁକ୍ତ କରିବା , ବି.ଏସ.ଏନ.ଏଲ ଟାୱାର ବସାଇବା , ଶିବ ସାଗର ପୋଖରୀର ପୁନରୁଦ୍ଧାର କରିବା , ଶ୍ରୀ ଜୀଉଙ୍କ ନୀତି ନିଯୋଗର ମାନ ବୃଦ୍ଧି କରିବା,ପାର୍ବତି ଠାକୁରାଣୀଙ୍କ ମନ୍ଦିର ସାମନା ଛାତ ମରାମତି କରିବା ଇତ୍ୟାଦି ବିଷୟରେ ଉପସ୍ଥିତ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଆରମ୍ଭ କରାଯାଇ ଶେଷ ହେବା ନିମନ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନଙ୍କର ସାମୁହିକ ଉଦ୍ୟମରେ ଏହି ଦୁଇ ସ୍ଥାନର ଉନ୍ନତି ସମ୍ଭବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କାର୍ଯ୍ୟର ପ୍ରଗତି ସମ୍ବନ୍ଧରେ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅକ୍ଷକ , ବନଖଣ୍ଡ ଅଧୁକାରୀ , ଢେଙ୍କାନାଳ , ଅତିରିକ୍ତ ଜିଲ୍ଲାପାଳ , ଢେଙ୍କାନାଳ , ପ୍ରକଳ୍ପ ନିର୍ଦ୍ଦେଶକ , ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ତଥା ନିର୍ବାହୀ ଅଧିକାରୀ , ଦେବୋତ୍ତର , ଢେଙ୍କାନାଳ , ନିର୍ବାହୀଯନ୍ତ୍ରୀ , ପୂର୍ଭ ଓ ଗୃହ ନିର୍ମାଣ ବିଭାଗ , ନିର୍ବାହୀଯନ୍ତ୍ରୀ ଜଳ ଓ ପରିମଳ ବିଭାଗ , ନିର୍ବାହୀଯନ୍ତ୍ରୀ ବିଦ୍ୟୁତ ବିଭାଗ , ଉପ – ଜିଲ୍ଲାପାଳ , ଢେଙ୍କାନାଳା / କାମାକ୍ଷାନଗର , ବି.ଡି.ଓ , ଗଁଦିଆ , ତହସିଲଦାର ଗଁଦିଆ , ଭାରପ୍ରାପ୍ତ ଅଧିକାରୀ , ଗଦିଆ ଥାନା , ମନ୍ଦିରର ସେବକ ଓ କର୍ମଚାରୀଙ୍କ ସହ ଦେବୋତ୍ତର ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *