ସରସ୍ଵତୀ କଳା ପରିଷଦ ପକ୍ଷରୁ ଶୋକସଭା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜ ଦୈନିକ ଖବର କାଗଜର ପୂର୍ବତନ ସମ୍ପାଦିକା , ପ୍ରଖ୍ୟାତ କବି ,ସମାଜସେବୀ, ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ଏକାଦଶାହ ଅବସରରେ ଏବଂ ସାମ୍ବାଦିକ ଅରିନ୍ଦମ ଦାସ, ସିପାହୀ ସୀତାରାମ ମୁର୍ମୁ ଙ୍କ ଅକାଳ ବିୟୋଗରେ କଟକ ସଦରର ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ କଳାବିହାର କନ୍ଦରପୁର କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେଇଯାଇଛି । ଉକ୍ତ ସଭାରେ ସଂପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, ଦଇତାରୀ ପ୍ରଧାନ, ଅଭିରାମ ସାହୁ, ପ୍ରଦୀପ୍ତ ମହାଳି,ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସେବକ ଇଂ ଶ୍ରୀକାନ୍ତ ବେଉରା , ସଂଗୀତା ପଟ୍ଟନାୟକ, ସ୍ୱିକୃତୀ ପଟ୍ଟନାୟକ, ସୁଇଟି ପଟ୍ଟନାୟକ, ସୋନାଲି ପଟ୍ଟନାୟକ ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *