ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନୂଆଗାଁ ବାସୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ନୂଆଗାଁ , ମଣ୍ଡାପାଳ , ତଳଗୋଠ ଇତ୍ୟାଦି ୩ ଗୋଟି ରାଜସ୍ୱ ଗ୍ରାମର ଗ୍ରାମବାସୀ ମାନେ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ତିଆରି ଉଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଛନ୍ତି । ଗ୍ରାମପଞ୍ଚାୟତର ମଧ୍ୟ ଭାଗରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ କରାଯାଇଛି । ଯାହାଫଳରେ ୩ ଗୋଟି ଗ୍ରାମ ତଥା ୪ ଗୋଟି ପଡା ସାହି ( ଗୋତିସାହି , ବାହାଣିଆ ସାହି , ରାଏପୁର ସାହି , ଜେନା ସାହି ) ଏହାର ଭରପୁର ସୁବିଧା ସୁଯୋଗ ପାଉଛନ୍ତି । ସୌଭାଗ୍ୟର କଥା ସରକାରଙ୍କର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ଆସିଛି । ଅଞ୍ଚଳର ସାମୁହିକ ମଙ୍ଗଳ ପାଇଁ ଉକ୍ତ ଅନୁଷ୍ଠାନଟି ପଞ୍ଚାୟତର ମଧ୍ୟସ୍ଥଳ ତଥା ପଞ୍ଚାୟତ କାର୍ଯ୍ୟାଳୟର ସନ୍ନିକଟରେ ନିର୍ମାଣ ପାଇଁ ପ୍ରଶସ୍ଥ ଜମିର ସୁବିଧା ରହିଛି । ବାସ୍ତବ ଭାବେ ୩ ଗ୍ରାମ ତଥା ୪ ଗୋଟି ପଡା ସାହି ଏହାର ଉପାଦେୟ ପାଇପାରିବେ । କିନ୍ତୁ ଦୁଃଖର ବିଷୟ ସରପଞ୍ଚ ମହୋଦୟ ମୁଷ୍ଟିମେୟ ବ୍ୟକ୍ତିଙ୍କୁ ନେଇ ନୂଆଗାଁ ଯାତ୍ରା ପଡିଆରେ ( ଖାତା ନଂ ୪୯୧ , ପ୍ଲଟ ନଂ- ୨୨୧୪ ) ନିର୍ମାଣ କରିବା ପାଇଁ ମସୁଧା କରୁଛନ୍ତି । ସରପଞ୍ଚ ଦେଇଥିବା ପ୍ରସ୍ଥାବିତ ଯାଗା ମାତ୍ର ୧୦ ଡେସିମିଲ୍ ( ୪୩୬୦ ବର୍ଗଫୁଟ ) ଅଛି । ଉକ୍ତ କଲ୍ୟାଣ ମଣ୍ଡପ ପାଇଁ ଅତି କମ୍‌ରେ ୧୦୦୦୦ ବର୍ଗ ଫୁଟର ଜାଗା ଆବଶ୍ୟକ ହେଉଛି । ଉକ୍ତ ଯାଗା ଉପରେ ୨୦୦୨ ମସିହାରେ ସରକାର ଅନୁଦାନରେ ଏକ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ତତ୍ ସହିତ ଗ୍ରାମର ୨ ଜଣ ବ୍ୟକ୍ତି ଉକ୍ତ ପ୍ଲଟରେ ଗୃହ ନିର୍ମାଣ କରିଛନ୍ତି । ତତ୍ ସହିତ ସେହି ପ୍ଲଟ ଉପରେ ଗ୍ରାମର ଯାତ୍ରା ମଣ୍ଡପ ମଧ୍ୟ ରହିଛି । ସରପଞ୍ଚଙ୍କର ଏପରି ମନୋଭାବ ଅଞ୍ଚଳ ବାସୀଙ୍କୁ ଅଧିକ ବ୍ୟଥିତ କରୁଛି । ଆର୍ ଆଇ ମହୋଦୟ ନିଜେ ବ୍ୟକ୍ତିଗତ ଭାବେ ସରପଞ୍ଚଙ୍କ ମନୋନୀତ ଯାଗାକୁ ନଯାଇ ବାସ୍ତତାକୁ ଧ୍ୟାନ ନଦେଇ ନିଜ କାର୍ଯ୍ୟାଳୟରେ ଥାଇ ଟ୍ରେସ୍ ମ୍ୟାପ୍ ଦେଇଛନ୍ତି । ଉକ୍ତ କଲ୍ୟାଣ ମଣ୍ଡପ ପର ମୁହୂର୍ତ୍ତରେ ଦୈବ ଦୁର୍ବିପାକଁ ସମୟରେ ଆଶ୍ରୟସ୍ଥଳୀ ରୂପେ କାର୍ଯ୍ୟ କରିବାର ବିଧ ବ୍ୟବସ୍ଥା ରହିଛି । ଉକ୍ତ ଗ୍ରାମର ୨ ଜଣ ବ୍ୟକ୍ତି ନିଜ ଯାଗା ଉପରେ ବେନିୟମ ଭାବରେ ନିର୍ମାଣ ହେଉଥିବାରୁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ମଧ୍ୟ ହୋଇଅଛି । ଏଣୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି କି ସରପଞ୍ଚଙ୍କ ଦ୍ୱାରା ପ୍ରସ୍ତାବିତ ସ୍ଥାନ ପରିବର୍ତ୍ତନ କରି କଲ୍ୟାଣମଣ୍ଡପକୁ ମଧ୍ୟ ଭାଗରେ ନିର୍ମାଣ କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *