ସମାଜସେବା ପାଇଁ ଦୁଇ ଓଡ଼ିଆଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଏବଂ ଦ ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଅବସରରେ ତାମିଲନାଡୁର ମଦୁରାଇ ସହରର ପୋପୀ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରହରେ ଅନେକ ରାଜ୍ୟ ରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ଡକ୍ଟରେଟ ଉପାଧି ରେ ସମ୍ମାନିତ କରାଯାଇଥିଲା । ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଦୁଇ ଜଣ ସାମାଜିକ ସେବା ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଓଡ଼ିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ଶ୍ରୀ ଆଲୋକ କୁମାର ବୋଷ, ରାଜ୍ୟ ସଭାପତି, ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଓଡ଼ିଶା ଓ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରର ଶ୍ରୀ ବୋମାଲି କାନ୍ତାରାଓ , ରାଷ୍ଟ୍ରୀୟ ଅଧ୍ୟକ୍ଷ,ନବ ଭାରତ ନିର୍ମାଣ ସେବା ପାର୍ଟି, ଭାରତ ଙ୍କୁ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ,କାମରାଜୁ ୟୁନଭରସିଟି, ମଦୁରାଇ ର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୂଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ, ଏପିଜେ ଅବଦୁଲ କଲାମ ଅନ୍ତର୍ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ଏପିଜେ ଏମଜେ ସେଖ୍ ସଲିମ ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଶ୍ରୀ ଆଲୋକ କୁମାର ବୋଷ ଓ ରାୟଗଡ଼ା ଜିଲ୍ଲାର ଶ୍ରୀ ବୋମାଲି କାନ୍ତାରାଓ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରି ପୁରସ୍କାର ରେ ସମ୍ମାନିତ କରାଯାଇଥିଲା। ତତ୍ ସଂଗେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୧ ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଡକ୍ଟରେଟ ପୁରସ୍କାର ଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରଦାନ ରେ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗଜପତି ର ଅନେକ ହିତାଧିକାରୀ ତାଙକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *