ଆସନ୍ନ ବାତ୍ୟା ! ଜଳବନ୍ଦୀରେ ରହିବ ବାଣପୁର !!

Spread the love

!!! ପ୍ରଶାସନର କାଦୁଅ ଫିଙ୍ଗା ନୀତିରୁ କେବେ ମୁକ୍ତି ପାଇବେ ସ୍ଥାନୀୟ ଜନତା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସହର ସତେ ଯେମିତି ପ୍ରଶାସନ ପାଇଁ ଅଲୋଡ଼ା ହୋଇପଡିଛି । ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା ଉନ୍ନତି ମୂଳକ କାମ କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି । ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି ।

ତେବେ ଗସ୍ତ ସମୟରେ ସହରର ଜଳବନ୍ଦୀ ସମସ୍ୟା କାହାକୁ ନ ଦିଶିବା ସହଜରେ ହଜମ ହେଉନି । ଏଠି ସ୍ଥାନୀୟ ପ୍ରଶାସନ କଥା ନକହିବା ଭଲ । ଏଠି କାହାର କାହା ସହ ତାଳ ମେଳ ରହୁନି । ସବୁ କଥାରେ ପୂର୍ତ୍ତ ବିଭାଗ ଏନଏସି କୁ ଦୋଷ ଦେଉଥିବା ବେଳେ , ଏନଏସି ମଧ୍ୟ ଅନୁରୂପ ଭାବେ ସମାନ ଆରୋପ ଲଗାଉଛି । ତେବେ ଏଥିରେ ଖୋଦ ତହସିଲଦାର ମଧ୍ୟ ଚୁପ । ଯଦି ତହସିଲଦାର ଚାହିଁବେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା । କିନ୍ତୁ ତାଙ୍କର ବି ସେମିତି ଆଖି ଦୃଶିଆ ପଦକ୍ଷେପ ଦେଖାଯାଉନି । ଆମେ ଏଠି କହୁଛୁ ବାଣପୁର ଏନଏସି ଅନ୍ତର୍ଗତ ଚିଆଁକ ସାହି ଛକଠାରୁ ବାଣପୁର ଥାନା ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା କଥା ।

ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ପୂର୍ତ୍ତ ବିଭାଗ ଉପରେ ବର୍ତ୍ତମାନ ଭାରି ପଡୁଛନ୍ତି ଜନୈକ ଠିକାଦାର ମହାଶୟ । ବିଭାଗୀୟ ଅଧିକାରୀଙ୍କ କହିବା କଥା ଠିକାଦାର ଆମ କଥା ଶୁଣୁ ନାହାନ୍ତି, ଯାହାଦ୍ୱାରା ଉକ୍ତ ରାସ୍ତାରେ ପାଣି କଟିବା ପାଇଁ ଅସ୍ଥାୟୀ ଡ୍ରେନେଜ ନିର୍ମାଣ ହୋଇ ପାରୁନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି , ଜଣେ ଠିକାଦାର କିପରି ଏତେ ବଡ଼ ସରକାରୀ ବିଭାଗ ଉପରେ ଭାରି ପଡୁଛନ୍ତି ? କଣ ପାଇଁ ବିଭାଗ ଠିକାଦାରଙ୍କ ଉପରେ କାର୍ଯ୍ୟରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହିଁ ? ବିଗତ ଦିନରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷା ଜଳ ନିଷ୍କାସନ ନିମନ୍ତେ ପାଣ୍ଡିରୀପଦର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା । ବର୍ତ୍ତମାନ ଆସନ୍ନ ବାତ୍ୟା ପରିସ୍ଥିତିରେ , ଅଧିକ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ନେଇ ଲୋକେ ଚିନ୍ତାରେ ।

Leave a Reply

Your email address will not be published. Required fields are marked *