ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦିନରେ ଲଣ୍ଠନ ଦେଖାଇ ଅର୍ଥ ଆତ୍ମସାତ କରୁଛି ନୟାଗଡ଼ ମ୍ୟୁନିସିପାଲଟି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ମ୍ୟୁନିସିପାଲଟି ର ୱାର୍ଡ ନମ୍ବର ୭ରେ । ଏହି ୱାର୍ଡ ରେ ଜାତୀୟ ରାଜପଥ ୫୭ ଠାରୁ କରଣସାହି କଲଭଟ୍ ନିର୍ମାଣ ପାଇଁ ୨୦୨୧ / ୨୦୨୨ ମସିହାରେ ୧ ଲକ୍ଷ ୯୧ ହଜାର ୧୬୯ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା ୨୬/୦୧/୨୦୨୨ ରେ ଏବଂ ଶେଷ ହୋଇଛି ୨୭/୦୧/୨୦୨୨ ରେ । ପ୍ରଶ୍ନ ଉଠେ ପାଖାପାଖି ଦୁଇ ଲକ୍ଷ ଟଙ୍କାରେ ରାତି ଅଧିଆ ଏମିତି କି ପ୍ରକାର କାର୍ଯ୍ୟ ହେଲା । ଅନ୍ଧ ବି ତାର ବାଡି ମାରି କହି ପାରିବ କାର୍ଯ୍ୟରେ ସ୍ୱଚ୍ଛତା କେତେ । କାର୍ଯ୍ୟାଦେଶ ରେ ଲେଖାଯାଇଛି ଜାତୀୟ ରାଜପଥ ଠାରୁ କରଣସାହି କଲଭଟ୍ କିନ୍ତୁ ଲେଖା ଯାଇନାହିଁ କେତେ ମିଟର, ରାସ୍ତା ର କେଉଁ ପାଖ । ଲେଖା ଯାଇନାହିଁ ଠିକାଦାର ର ନାମ । ଲେଖା ଯାଇନାହିଁ ଛଡ , ସିମେଣ୍ଟ,ବାଲି, ଗୋଡିର ପରିମାଣ । କେବଳ ଡ୍ରେନ ଉପରେ ୨୦ / ୨୫ ଗୋଟି ସ୍ଲାବ ଏବଂ ଦୁଇ ଫୁଟ ରେ ଦଶ ଫୁଟର ଲମ୍ବା ସ୍ଲାବ ପକାଇ କରାଯାଇଛି ଅର୍ଥ ଆତ୍ମସାତ । ମ୍ୟୁନିସିପାଲଟି ପକ୍ଷରୁ ନିମ୍ନମାନର କାର୍ଯ୍ୟ କରାଯାଇ ବହୁ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଜନସାଧାରଣ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ଜଣାଇଛନ୍ତି ।