କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟ ଭାରତ ସ୍କାଉଟ ଗାଇଡ “ପ୍ରତୀକ୍ଷା” କ୍ୟାମ୍ପରେ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ, ଦେଉଳିର ୪ ଜଣ ସ୍କାଉଟ, ପ୍ରଧାନ ଶିକ୍ଷୟିତ୍ରୀ ତଥା ଗାଇଡ କ୍ୟାପଟେନ୍ ସୂଲୋଚନା ଦାସଙ୍କ ମାର୍ଗଦର୍ଶନରେ ଯୋଗ ଦେଇଥିଲେ । ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୟନିଟ – ୩ ଭୁବେନେଶ୍ୱର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରେ ବିଦ୍ୟାଳୟର ଆମ୍ରିତାଂଶୁ ପତି, ସତ୍ୟଶଙ୍କର ପରିଡ଼ା, ଆକିଫ ଖାନ୍ ଓ ଅଂଶୁମାନ ପଣ୍ଡା ଆଦି ସ୍କାଉଟ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ କିପରି ଅଚିହ୍ନା ସ୍ଥାନରେ ଖାପ ଖୁଆଇ ଚାଲିବା, ଶୃଙ୍ଖଳା ରକ୍ଷା, ପ୍ୟାରେଡ୍, ଯୋଗାସନ, ବ୍ୟାୟାମ, ସ୍ୱଚ୍ଛ ଭାରତ ,ବଗିଚା କାମ, ନୃତ୍ୟ ଅଭିନୟ, ଅନ୍ୟ ମାନଙ୍କୁ ହସାଇବା, ବକ୍ତୃତା, ମାନସିକ ଦକ୍ଷତା ବୁଦ୍ଧି, ସୂର୍ଯ୍ୟ ନମସ୍କାର, ଏରୋବିକିସ୍ ଏମ୍ଓପି , ୟୁରିପୋଟର ଆଇଡି ପ୍ରସ୍ତୁତ କରିବା ଆଦି ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାମିଲ ହୋଇଥିଲେ । ନିଜକୁ ନୂଆ କରି ଗଢି ତୋଳିବାର ସୁଯୋଗ ପାଇଥିଲେ । ବିଦ୍ୟାଳୟକୁ ଫେରିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇବା ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶିକ୍ଷକ ସୁଦର୍ଶନ ବେହେରା ଶିକ୍ଷୟିତ୍ରୀ ରୂପାଲି ରୁପୂଜିତା ସହଯୋଗ କରିଥିଲେ ।
ରାଜ୍ୟ ସ୍କାଉଟ ଗାଇଡ କ୍ୟାମ୍ପ ରେ ଭାଗନେଲା ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ !!!

