ପ୍ରକୃତିବନ୍ଧୁ ନବକିଶୋର ଙ୍କ ଅବିରାମ ସ୍ୱଚ୍ଛତା ଓ ସବୁଜ ବଳୟ ସୃଷ୍ଟି ଅଭିଯାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକ , ୪୨ ମୌଜା, ଶ୍ରୀରାମ ମୌଜା ନିବାସୀ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଦୀର୍ଘ ତିରିଶ ବର୍ଷ ଧରି ଅବିରତ ବୃକ୍ଷରୋପଣ, ପ୍ରାକୃତିକ ପରିବେଶ ଓ ଜଙ୍ଗଲ ସୃଷ୍ଟି ଅଭିଯାନ ଜାରି ରଖିଛନ୍ତି । ମହାମାରୀ କରୋନା ରୁ ମିଳିଥିବା ଶିକ୍ଷା ଅନୁସାରେ ସବୁଜ ବଳୟ ହିଁ ମାନବ ସମାଜର କଲ୍ୟାଣ ପାଇଁ ଏକ ବଡ ଆହ୍ଵାନ ! ଏହି ଆହ୍ବାନକୁ ସାକାର କରିବାର ପ୍ରାଥମିକ ମାଧ୍ୟମ ହେଉଛି ବିଦ୍ୟାଳୟ , ଯାହାକି ଶିକ୍ଷାର୍ଥୀ ମାନେ ଶିକ୍ଷା ସହିତ ସବୁଜ ବଳୟରେ ସୁସ୍ଥ ରହି ପରିବେଶ ସୁରକ୍ଷାକୁ ମନ୍ତ୍ର ଭାବେ ଗ୍ରହଣ କରିବେ । ପ୍ରକୃତି ବନ୍ଧୁ ନବକିଶୋରଙ୍କ ଏହି ଅଭିଯାନରେ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡାଙ୍କ ସହଯୋଗରେ ଝାରକଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଏକ ବ୍ୟାପକ ପରିବେଶ ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

Leave a Reply

Your email address will not be published. Required fields are marked *