ପୁଲୱାମା ସହିଦ ଙ୍କୁ ମନେ ପକାଇବା “ବ୍ଲାକ ଡେ” ପାଳନ କଲେ ବାଣପୁର ର ଯୁବକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଲୱାମା ସହିଦ ଙ୍କୁ ମନେ ପକାଇବା “ବ୍ଲାକ ଡେ” ପାଳନ କଲେ ବାଣପୁର ର ଯୁବକ ! ଆଜି ପ୍ରେମୀ ଯୁଗଳ ମାନଙ୍କ ପାଇଁ ଦିନ ଟିଏ ହୋଇଥିବା ବେଳେ କିନ୍ତୁ ଆଜିର ଦିନରେ ଆଉ ଏକ ଦୁଃଖଦ ଘଟଣା ଘଟିଥିଲା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କିଛି ଯୁବକ ବ୍ଲାକ ଡେ ପାଳନ କରୁଥିବାର ଦେଖିବାକୁ ମିଳିଥିଲା । ୨୦୧୯ ଫେବୃଆରୀ ୧୪ ତାରିଖରେ ଘଟିଥିବା ଦୁଃଖଦ ଘଟଣା, କାଶ୍ମୀର ର ପୁଲୱାମା ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ୍ ହୋଇଥିବା ଆମ ଦେଶର ୪୦ ବୀର ଯବାନଙ୍କୁ ଆଜିର ଦିନରେ ମନେ ପକାଇବା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣେଇବା ସହ ଦେଶପ୍ରେମୀ ଯୁବକ ମାନେ ବାଣପୁର ମାଆ ଭଗବତୀ ମନ୍ଦିର ଠାରୁ ଏକ ପଦଯାତ୍ରା କରି ସହିଦ ଯବାନ ଅମର ରହେ ନାରା ଦେଇ ବାଣପୁର ନଗର ପରିକ୍ରମା କରିବା ସହ ପଲଟଣ ପଡ଼ିଆ ସ୍ଥିତ ସହିଦ୍ କୃତିବାସ ପାଟ୍ଟଶାଣୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଁଚି ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପଦଯାତ୍ରା ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *