ଉଦ୍ୟମୀ ଓଡ଼ିଶା ଏମ୍ ଏସ୍ ଏମ୍ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଗଜପତି ପକ୍ଷରୁ ଉଦ୍ୟମୀ ଓଡିଶା ଏମ୍ ଏସ ଏମ୍ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ରବୀନ୍ଦ୍ର କୁମାର ଆଡେକ, ସି ସି ଡି ର ନିର୍ଦ୍ଦେଶକ ଏ.ଜଗନ୍ନାଥ ରାଜୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ବିଭୂ ରଞ୍ଜନ ସ୍ୱାଇଁ, ବି ସି ସି ବ୍ୟାଙ୍କ ଅଧିକାରୀ, ଡି ପି ଏମ୍ ଟିମନ ବୋରା ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅତିଥି ମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଆନନ୍ଦ କୁମାର ନେପାକ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆସିଥିବା ଉଦ୍ୟୋଗି ମାନଙ୍କୁ ଉତ୍ସ।ହିତ କରିଥିଲେ । ଜିଲ୍ଲାରେ କିପରି ବିକାଶ ହେବ, ଜିଲ୍ଲା ରେ କିପରି ନୂତନ ଉଦ୍ୟୋଗପତି ସୃଷ୍ଟି ହେବ , ଜିଲ୍ଲାର ଉତ୍ପାଦିତ ଦ୍ରବ୍ୟ ଗୁଡିକ କିପରି ବିକ୍ରି ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ! ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ଷ୍ଟଲ ଉଦଘାଟନ କରିଥିଲେ । ବିଭିନ୍ନ ହସ୍ତ ତିଆରି ଦ୍ରବ୍ୟ ବିକ୍ରି କରାଯାଇଥିଲା । ଶେଷରେ ଜିଲ୍ଲା ଶିଳ୍ପ ପରିଚାଳକ ବିଭୁ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଭାଗ ର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *