କଲ୍ୟାଣୀ ମଣ୍ଡପ ନିର୍ମାଣକୁ ନେଇ ବୈଦେଶ୍ଵର ଗାଁରେ ତୀବ୍ର ଉତ୍ତେଜନା : କାର୍ଯ୍ୟ ବନ୍ଦ ନହେଲେ ବଡ଼ ଆନ୍ଦୋଳନର ଚେତାବନୀ ଦେଲା ଯୁବ କଂଗ୍ରେସ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ଅଞ୍ଚଳରେ ପ୍ରସ୍ତାବିତ କଲ୍ୟାଣୀ ମଣ୍ଡପ ନିର୍ମାଣକୁ ନେଇ ବିବାଦ ଏବେ ବୃଦ୍ଧି ପାଇବାରେ ଲାଗିଛି । ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଯୁବ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ତେବେ ଏହି ସମ୍ମିଳନୀ ପ୍ରସିଦ୍ଧ ରାମନାଥ ଏବଂ ବୈଦ୍ୟନାଥଙ୍କ ପୀଠରେ ନକରି ଗାଁ ମଝିରେ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହାକୁ ନେଇ ବିରୋଧର ସ୍ୱର ଉଠିଛି । ​ଯୁବ କଂଗ୍ରେସ ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ନିଜ ମନଇଚ୍ଛା କଲ୍ୟାଣୀ ମଣ୍ଡପର ସ୍ଥାନ ନିରୂପଣ କରି କାର୍ଯ୍ୟ ଆଗେଇ ନେଉଛନ୍ତି, ଯାହା ସ୍ଥାନୀୟ ପରିବେଶ ଓ ଗ୍ରାମବାସୀଙ୍କ ସୁବିଧା ଦୃଷ୍ଟିରୁ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଏହିପରି ଅନିୟମିତତା ଓ ମନମୁଖୀ କାର୍ଯ୍ୟକୁ ସଂଗଠନ ପକ୍ଷରୁ ଘୋର ବିରୋଧ କରାଯାଇଛି । ​ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ଯେ, ଯଦି ତୁରନ୍ତ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରାନଯାଏ, ତେବେ ଆଗାମୀ ଦିନରେ ପ୍ରଶାସନ ବିରୋଧରେ ଏକ ବ୍ୟାପକ ଓ ତୀବ୍ର ଆନ୍ଦୋଳନ ଗ୍ରହଣ କରାଯିବ। ଏହି ସମ୍ଭାବ୍ୟ ଅଶାନ୍ତି ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *