କୀଟ ନାଶକ ଖାଇ ଯୁବକଙ୍କ ଆତ୍ମହତ୍ୟା ।।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଘଟିଯାଇଛି l ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି l ସୂଚନା ମୁତାବକ ଗତକାଲି କଣ୍ଟାବଣିଆ ଗ୍ରାମ ଗଗନ ସ୍ୱାଇଁଙ୍କ ପୁଅ ତପନ ସ୍ୱାଇଁଙ୍କର କୌଣସି କାରଣ କୁ ନେଇ ନିଜ ପତ୍ନୀଙ୍କ ସହ ଝଗଡା ହୋଇଥିଲା l ଏହାପରେ ଗଗନ ଅପରାହ୍ନରୁ ଘର ଛାଡି କୁଆଡେ ଚାଲି ଯାଇଥିଲେ l ତେବେ ସଂନ୍ଧ୍ୟାରେ ଗ୍ରାମର ଏକ ପୋଖରୀ ହୁଡ଼ାରେ ଗଗନ ବିଷ ପିଇ ପଡିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଖବର ପାଇ ପରିବାର ବର୍ଗ ସଙ୍ଗେ ସଙ୍ଗେ ଗଗନଙ୍କୁ ବାଣପୁର ମେଡିକାଲ ନେଲା ପରେ ମାତ୍ର 15 ମିନିଟ ମଧ୍ୟରେ ଗଗନଙ୍କ ପ୍ରାଣବାୟୁ ଚାଲି ଯାଇଥିଲା l ଏ ନେଇ ମେଡିକାଲ ପକ୍ଷରୁ ପୋଲିସ କୁ ସୂଚନା ଦିଆଯିବା ପରେ ବାଣପୁର ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *