ବାଣପୁରରେ ଟୀକା କରଣକୁ ନେଇ ଉତ୍ତେଜନା : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ସହ ମିଥ୍ୟା ଅଭିଯୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମହାମାରୀ କରୋନା କୁ ପ୍ରତିହତ ପାଇଁ ଏକ ମାତ୍ର ବିକଳ୍ପ ଟୀକାକରଣ ହୋଇଥିବା ବେଳେ ସରକାର ଟିକାକରଣ ବ୍ୟବସ୍ଥାକୁ ସରଳିକରଣ କରିବା ପାଇଁ ଏନଏସିର ପ୍ରତ୍ୟେକ ୱାର୍ଡରେ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ କେନ୍ଦ୍ରରେ ଟୀକା ଦେବାର ବ୍ୟବସ୍ଥା କରିଛନ୍ତି . ବାଣପୁର ବିଜ୍ଞାପିତ ଅଞ୍ଚଳର ଟୀକା କେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି l ଏପରିକି ସୁପରିଚାଳନା ନିମିତ୍ତ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ କିଛି ଟୀକା କେନ୍ଦ୍ରରେ ଅଫ ଲାଇନ ଜରିଆରେ ଟୀକା କରଣ କରାଯାଉଛି । ଯାହାର ଫାଇଦା ନେଇ ଟିକାକେନ୍ଦ୍ର ଗୁଡିକ କିଛି ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବାର ଜଣାପଡିଛି l ଏପରିକି ଟୀକା ପାଇଁ ଦିଆଯାଉଥିବା ଟୋକନ ଗୁଡିକ ସେମାନେ ନିଜସମ୍ପର୍କୀୟଙ୍କୁ ତଥା କିଛି କୁଜି ନେତା ବୋଲାଉ ଥିବା ଲୋକଙ୍କୁ ଦେଉଥିବା ବେଳ ସାଧାରଣ ଜନତା ଏଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ଆସିଛି l

ପ୍ରକାଶ ଥାଉକି ବାଣପୁର ଏନଏସି ୯ ନଂ ୱାର୍ଡରେ ଟୀକାକରଣ ନେଇ ଟିକାକେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିବାର ଖବର ପାଇ ଶେଖ ରୋଶନ ନାମକ ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ସେଠାକୁ ଯାଇଥିବା ବେଳେ ସେଠାରେ ଟୀକାକେନ୍ଦ୍ରକୁ ପରିଚାଳିତ କରୁଥିବା କିଛି ସ୍ଥାନୀୟ ନେତା ତାଙ୍କୁ ଅସଭ୍ୟ ଭାଷାରେ ଇଙ୍ଗିତ କରିବା ସହ ସଂଘବଧ ଭାବେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ କେସ ନଂ ୩୨୭/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଅସାମାଜିକ ବ୍ୟକ୍ତିଗଣ ନିଜକୁ ବଞ୍ଚେଇବାକୁ ଯାଇ ଉକ୍ତ ସାମ୍ବାଦିକଙ୍କ ବିରୁଦ୍ଧରେ ମଧ୍ୟ ମିଥ୍ୟା ଆରୋପ ଲଗାଇ ପାଲଟା ଅଭିଯୋଗ କରିଛନ୍ତି । ଘଟଣା ସମ୍ବନ୍ଧରେ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଯୋଗାଯୋଗ କରିବାରେ କୌଣସି ପ୍ରତିକ୍ରିୟା ନରଖି ଏଡାଇ ଯାଇଥିଲେ ଏବଂ ଏନଏସି ଅଧିକାରୀଙ୍କ କହିବା ମୁତାବକ ଏ ଦିଗରେ ତୁରନ୍ତ ଅନୁଧ୍ୟାନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଏଠରେ ବିରାଟ ପ୍ରଶ୍ନବାଚୀ ଜଣେ ସାମ୍ବାଦିକ କଣ ସମ୍ବାଦ ପରିବେଷଣ ପାଇଁ କେଉଁଠାକୁ ଯାଇ ପାରିବ ନାହିଁ ଯଦି ଯାଏ ମିଥ୍ୟା ଆରୋପର ଶିକାର ହେବ ଏପରିକି ପ୍ରତି କ୍ଷେତ୍ରରେ ସ୍ଥାନୀୟ କିଛି ଅସାମାଜିକ ବ୍ୟକ୍ତିଙ୍କ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ନେଇ ବୁଦ୍ଧିଜୀବି ମହଲରେ ଆଲୋଚନା ଜୋର ଧରିଛି । ରାଜ୍ୟବ୍ୟାପୀ ବାରମ୍ବାର ସାମ୍ବାଦିକ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ କରି ଯଥା ଶୀଘ୍ର ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ସାମ୍ବାଦିକ ସଙ୍ଘ ତରଫରୁ ଥାନା ଘେରାଉ ସହ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ବିଭିନ୍ନ ସଙ୍ଘ ଦାବି କରିଛି ।

Leave a Reply

Your email address will not be published. Required fields are marked *