ବାରହା ଶିକାର କରି ଗିରଫ ହେଲେ ଦୁଇ ଶିକାରୀ : ମୃତ ବାରହା ଜବତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାରହା ଶିକାର କରି ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ସେକ୍ସନ ଷଣ୍ଢା ଡ଼ିପିଏଫ ରୁ କିଛି ଦୁର୍ବୁତ୍ତ ଏକ ବରହାକୁ ଶିକାର କରି ନେଉଥିବାର ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ଖବର ପାଇଥିଲେ । କାଳ ବିଳମ୍ବ ନ କରି ଶ୍ରୀ ମହାନ୍ତି ତୁରନ୍ତ ଏକ ଟିମ ଧରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ତେବେ ଚଢ଼ାଉ ସମୟରେ ମୃତ ବାରହାକୁ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ । କିନ୍ତୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଏ ସଂକ୍ରାନ୍ତରେ ବନବିଭାଗ ତରଫରୁ ବନ୍ୟପ୍ରାଣୀ ଅପରାଧ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି । ଚଢ଼ାଉରେ ବନପାଳ ଚିତ୍ରସେନ ଜେନା, ରାଜକିଶୋର ବେହେରା, ପ୍ରଦୀପ ମହାନ୍ତି, ବନରକ୍ଷୀ ସସ୍ମିତା ଦାସ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *