ଭାରତ ବନ୍ଦ ଡାକରାରେ ସାମିଲ ହେଲେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସଙ୍ଗଠନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ବ୍ୟାଙ୍କ ଛକ ଠାରୁ କଂଗ୍ରେସ, ସିପିଆଇ,ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ସମ୍ପର୍କରେ ବଜାର ଦେଇ ପଦଯାତ୍ରା ଆରମ୍ଭ କରି ଶେଷରେ ରାସ୍ତାରୋକ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା । ସେହିପରି ବେଗୁନିଆ ବ୍ଲକର କମ୍ୟୁନିଷ୍ଟ ପାର୍ଟି, କଂଗ୍ରେସ ଦଳ ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଓ ୪୮ ନମ୍ବର ଜାତୀୟ ରାଜପଥ କିଛି ସମୟ ପାଇଁ ରହିଥିଲା । ଭାରତ ବନ୍ଦ ଡ଼ାକରାରେ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସଂଗଠନ ସାମିଲ ହୋଇଥିବା ସମୟରେ ମୋଟାମୋଟି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା .

Leave a Reply

Your email address will not be published. Required fields are marked *