ବନ୍ଧୁକ ମୁନରେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଅଭିଯୋଗ : ବାଲୁଗାଁ ପୋଲିସର ତଦନ୍ତ ଜାରି !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼କୁଳ ନିକଟରେ ବନ୍ଧୁକ ଦେଖାଇ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଲିପୁନ ପାଟଶାଣୀ ଭାରତ ଫାଇନାନ୍ସ କମ୍ପାନୀ, ବାଲୁଗାଁ ଶାଖାରେ କାର୍ଯ୍ୟରତ । ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ ଗ୍ରାମରୁ ୩୮ ହଜାର ୮ ସହ ୯୯ ଟଙ୍କା ଗ୍ରୁପ ଟଙ୍କା କଲେକ୍ସନ କରି ଫେରୁଥିଲେ । କିନ୍ତୁ ବଡ଼କୁଳ ଓଭରବ୍ରିଜ ନିକଟରେ ହଠାତ ଏକ ନାଲି ରଙ୍ଗର ପଲସର ବାଇକରେ ତିନି ଜଣ ଯୁବକ ପଛପଟୁ ଆସି ଲିପୁନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ଲିପୁନଙ୍କ ଠାରୁ ଲୁଟେରା ମାନେ ସମସ୍ତ ଟଙ୍କା ଲୁଟିନେବା ସହ ତାଙ୍କ ନିକଟରୁ ଏକ ଟ୍ୟାବଲେଟ, ବାଇଓ ମାଟ୍ରିକ ଯନ୍ତ୍ର, ଭୋଟର କାର୍ଡ ଏବଂ ଆରସି ବହି ମଧ୍ୟ ଲୁଟି ବାଣପୁର ଆଡକୁ ଫେରାର ହୋଇ ଯାଇଥିଲେ । ତେବେ ଲିପୁନ ସଙ୍ଗେସଙ୍ଗେ ଏ ନେଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ ଯୋଗେ ଜଣାଇବାରୁ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଂ ଏସପିଓ ଦୀପକ ଦାସ ତୁରନ୍ତ ପହଞ୍ଚି ଲିପୁନଙ୍କୁ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରାଇଥିଲେ ।

Leave a Reply

Your email address will not be published. Required fields are marked *