ସରକାର ଙ୍କ ଉପରେ ତାତିଲେ : ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ ର କଡା ଚେତାବନୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାର ଙ୍କ ଉପରେ ତାତିଲେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ ! ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା ଷ୍ଟେରିଙ୍ଗ ଛାଡ୍ ଓଡ଼ିଶା ଅନ୍ଧାର ଆନ୍ଦୋଳନ ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ ରେ ଡ୍ରାଇଭର ସଂଘର ସାଧାରଣ ବୈଠକ ଚାଲିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ତୁମୁରାପୁଟ ଗ୍ରାମ ପଞ୍ଚାୟତର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଡ୍ରାଇଭର ମହାସଙ୍ଘର ତୁମୁରାପୁଟ ପଞ୍ଚାୟତ ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘ ସଭାପତି ବନମାଳୀ ବେହେରା, ବ୍ଲକ ଉପସଭାପତି ସେକ୍ ଶୈକତ, ବ୍ଲକ ସମ୍ପାଦକ ବେଣୁଧର ମୁଦୁଲି ଙ୍କ ସମେତ ବାଲୁଗାଁ ବାଣପୁର ଅଞ୍ଚଳର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଆଲୋଚନା ହେଲା ଯେ ବିଗତ ଦିନରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସରକାରଙ୍କୁ ଦାବି ଜଣାଯାଇଥିଲା ! ସରକାର ଡ୍ରାଇଭର ସଂଘର ଦାବିପତ୍ର କୁ ପ୍ରତ୍ୟାହାର କରିବା ସହ ମିଛ ପ୍ରତିଶ୍ରୁତି ଦେଇଥିବାରୁ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ “ଷ୍ଟେରିଙ୍ଗ ଛାଡ୍ ଓଡ଼ିଶା ଅନ୍ଧାର” ଆନ୍ଦୋଳନ ହେବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *