ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ଟିମ ଘୋଷଣା ପରେ କାର୍ଯ୍ୟକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ବିଜେପି ମହିଳା ଜିଲ୍ଲା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦଙ୍କ ନେତୃତ୍ୱରେ ମହିଳା କାର୍ଯ୍ୟକର୍ତ୍ତା ମାନେ ପ୍ରଥମେ ବଳଦେବଜୀଉଙ୍କ ପୀଠରେ ଦୀପ ଜାଳି କେନ୍ଦ୍ରାପଡ଼ା ଜିଲ୍ଲାର ମଙ୍ଗଳ କାମନା କରି ପୂଜାର୍ଚ୍ଚନା ସାରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦୁହୁରିଆ ଠାରେ ସାଙ୍ଗଠନିକ ବୈଠକ ଆରମ୍ଭ କରିଥିଲେ ! ଏହି ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ପଣ୍ଡା, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଶଶାଙ୍କ ଶେଖର ସେଠି, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଚିତ୍ର ପ୍ରଧାନ, ଜିଲ୍ଲା ପ୍ରଚାରକ ପ୍ରତାପ ତ୍ରିପାଠୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଉଷାରାଣୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ସାମଲଙ୍କ ସମେତ ଅନ୍ୟନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଜିଲାରେ ମହିଳା ସଂଗଠନକୁ ଆଗେଇ ନେବାକୁ ଶପଥ ନେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକାରୀ ଯୋଜନା କୁ ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କୁ ଅବଗତ କରାଇବା ସହ ସମସ୍ତ ବର୍ଗର ଅସହାୟ ମହିଳା ଙ୍କୁ ନ୍ୟାୟ ଦେବା ସହ ସହାୟତା ପ୍ରଦାନ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଶପଥ ନେଇଥିଲେ !

Leave a Reply

Your email address will not be published. Required fields are marked *