ଗଞ୍ଜେଇ ଚୋରା ଚାଲାଣକାରୀ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଧଳାପଥର ଅଞ୍ଚଳ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ୍ ଅନ୍ତର୍ଗତ ଧଳାପଥର ଫାଣ୍ଡି ଅଞ୍ଚଳ ରୁ ଜରି ପାଲ ଟଣା ହୋଇଥିବା ଅବସ୍ଥାରେ ଏକ ପିକ୍ ଅପ୍ ଭ୍ୟାନ୍ କୁ ଜବତ କରାଯାଇଛି ! ଭୁବନେଶ୍ଵର ଡାଇରେକ୍ଟ ରେଭିନ୍ୟୁ ଇଣ୍ଟେଲିଜେନସ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି କୁ ଧରି ନେଉଥିବା ସମୟରେ ସ୍ଥାନୀୟ ଲୋକ ଏକାଠି ହୋଇ ପୋଲିସ କୁ ଧନ୍ୟବାଦ ଅର୍ପଣ କରିଥିବା ସହ ଏହି ଅଞ୍ଚଳ ରେ ନିଶା କାରବାର କରୁଥିବା ଯୁବକ ମାନଙ୍କର ପ୍ରତିନିଧି ଉପରେ ସ୍ଥାନୀୟ ପୁଲିସ ନଜର ରଖିବାକୁ କହିଥିଲେ ! ସ୍ଥାନୀୟ ବହୁ ଯୁବକ ଅସତ ଉପାୟରେ ଧାନ ଅର୍ଜନ ପାଇଁ , ଏହି ବ୍ୟବସାୟ ପ୍ରତି ମନ ବଳେଇଛନ୍ତି ! ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ଅଧିକ ଅର୍ଥ ର ମାଲିକ ହୋଇଯିବା ସହିତ , ଅପରାଧିକ ପ୍ରବୃତ୍ତି ବଢ଼ିଥିବା କାରଣ ରୁ ଜନସାଧାରଣ ଏମାନଙ୍କୁ ଜାଣିଥିଲେ ମଧ୍ୟ୍ୟ ପ୍ରତିବାଦ କରିବାର ସାହାସ ନାହିଁ ! ଯେହେତୁ କଳାପଥର ଧଳାପଥର ଅଞ୍ଚଳ ପୋଲିସ ର ଶାସନ ଠାରୁ ବହୁତ ଦୂରରେ , ବୈଦେଶ୍ଵର ଥାନା ୮ କିମି ହୋଇଥିବା ବେଳେ ବେଗୁନିଆ ଥାନା ୧୦ କିମି ଅଟେ ! ଏବଂ ନାମକୁ ମାତ୍ର ଥିବା ଧଳାପଥର ଫାଣ୍ଡି ରେ ଦୁଇ ଜଣ କର୍ମଚାରି ଥିବାରୁ ଏତେ ବଡ଼ ଅଞ୍ଚଳ ର ବିଭିନ୍ନ ଅପରାଧ ରୋକିବାରେ ଅସମର୍ଥ ହୋଇ ପଡିଛନ୍ତି ! ଏହି ଅଞ୍ଚଳ ରେ ଗଞ୍ଜେଇ ବେପାରୀ ମାନେ ଥରେ ଦୁଇ ଥର ଜେଲ ଯାଇ ଫେରିବା ପରେ , ଅଧିକ ମାତ୍ରାରେ ନିଶା କାରବାରରେ ସମ୍ପୃକ୍ତ ଅଛନ୍ତି ! କାଁ ଭାଁ ହେଉଛି ଅବକାରୀ ଚଢ଼ାଉ , କହିବାକୁ ଗଲେ ମାସିକିଆ ବଟି ନେଇ ସମସ୍ତେ ଖୁସ !

Leave a Reply

Your email address will not be published. Required fields are marked *