ଦୟାନନ୍ଦ ଆଦର୍ଶ ଗୁରୁକୁଳ ଲୋକାର୍ପଣ ଉତ୍ସଵ ଉଦଯାପିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗ୍ରାମରେ ଗତ ଦୁଇଦିନ ଧରି ଚାଲିଥିବା ଦୟାନନ୍ଦ ଆଦର୍ଶ ଗୁରୁକୁଳ ଲୋକାର୍ପଣ ଉତ୍ସଵ ଆଜି ଉଦଯାପିତ ହୋଇଯାଇଛି । ଲୋକାର୍ପଣ ଉତ୍ସଵ ବିଶିଷ୍ଟ ପ୍ରବଚକ ତଥା ଗୁରୁକୁଳର ପ୍ରତିଷ୍ଠାତା ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ସୁରେନ୍ଦ୍ର ନାଥ ଛୋଟରାୟ ମୁଖ୍ୟବକ୍ତା, ସ୍ୱାମୀ ମୁକ୍ତାନନ୍ଦ ଜୀ, ମହେନ୍ଦ୍ର ପାଲ ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁକୁଳ ଶିକ୍ଷା ଦାନରେ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ସହ ଆଗାମୀ ଭବିଷ୍ୟତରେ ଏକ ନୂତନ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *