ଆଇ.ଆଇ.ଏଫ୍‌.ଏଲ୍ ଅର୍ଥ ଯୋଗାଣକାରୀ ସଂସ୍ଥା ର ୭୪ ତମ ଶାଖା ବାଙ୍କୀ ରେ ଉଦ୍‌ଘାଟିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆଇ.ଆଇ.ଏଫ୍‌.ଏଲ୍ ଅର୍ଥ ଯୋଗାଣକାରୀ ସଂସ୍ଥା ୭୪ ତମ ଶାଖା ବାଙ୍କୀ ରେ ଉଦ୍‌ଘାଟିତ । ବାଙ୍କୀ କଚେରୀ ଛକଠାରେ ଆଇ.ଆଇ.ଏଫ୍‌.ଏଲ୍ ଅର୍ଥ ଯୋଗାଣକାରୀ ସଂସ୍ଥାର ୭୪ତମ ଶାଖା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି । ଶ୍ରୀ ତ୍ରିପାଠୀ ସଂସ୍ଥାର ଉନ୍ନତିକାମନା କରି ଏହା ବାଙ୍କୀ ଜନସାଧାରଣ ଙ୍କ ଉନ୍ନତି କରିବ ବୋଲି ପ୍ରକାଶ କରିଥିଲେ । ଏରିଆ ମ୍ୟାନେଜର ରଜତ କୁମାର ସାମଲଙ୍କ ତତ୍ୱାବଧାନରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅର୍ଥ ଲଗାଣ ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇ ରେ ଅବସ୍ଥିତ । ଏହି କାର୍ଯ୍ୟାଳୟ ମାଧ୍ୟମରେ ସୁନା ଋଣ, ନିବେଶ , ଅନ୍ୟାନ୍ୟ ଋଣ, ବୀମା ଜନସାଧାରଣଙ୍କୁ ସୁବିଧାରେ ଯୋଗାଇ ଦିଆଯିବ ବୋଲି କ୍ଲଷ୍ଟର ମ୍ୟାନେଜର ପ୍ରିୟଦର୍ଶି ଲିଙ୍କନ ପଟ୍ଟନାୟକ ପ୍ରକାଶ କରିଥିଲେ । ଶାଖାର ସମସ୍ତ ସେବା ଲୋକ ମାନଙ୍କ ପାଖକୁ ସହଜରେ କିପରି ପହଞ୍ଚି ପାରିବ ଏବଂ ଲୋକମାନେ ଏହାର ସୁବିଧା କିପରି ପାଇ ପାରିବେ ମାର୍କେଟିଂ ମ୍ୟାନେଜର ଶାଶ୍ୱତ ପୃଷ୍ଟି ବୁଝାଇଥିଲେ । ଟେରିଟୋରିଆଲ୍ ମ୍ୟାନେଜର ଦୀପକ କୁମାର ସାହୁ ବ୍ୟବସାୟ କିପରି ବୃଦ୍ଧି ଘଟିବ ସେ ସଂପର୍କରେ ମତପ୍ରକାଶ କରି ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ । ଶାଖା ପରିଚାଳକ ପ୍ରଭାସ ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବାଙ୍କୀ ଓକିଲ ସଂଘ ଉପସଭାପତି ସନ୍ତୋଷ କୁମାର ରଣା, ପ୍ରେସ କ୍ଳବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ସୌମେନ୍ଦ୍ର ମିଶ୍ର, ସାମ୍ବାଦିକ ଗୌତମ ମିଶ୍ର , ଅନନ୍ତ ରଣା, ସନ୍ତୋଷ କୁମାର ସାହୁ, ପ୍ରତାପ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଶାଖାର କର୍ମଚାରୀ ରୁଦ୍ରପ୍ରସାଦ ମହାପାତ୍ର, ଗୁଣ୍ଡିଚା ରଣା, ସ୍ମୃତିଲେଖା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *