ପ୍ରହସନ ପାଲଟିଛି ସ୍ୱଚ୍ଛତା ମିଶନ : ମଝି ରାସ୍ତାରେ ଜମୁଛି କୁଢ଼ କୁଢ଼ ଅଳିଆ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ୱଚ୍ଛତାର ନାରା ପାଲଟିଛି ପ୍ରହସନ , ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟନ ପଡ଼ିଆ ମୁଖ୍ୟ ରାସ୍ତାରେ ଜମୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା . ବାଣପୁର ଏନଏସି କର୍ତ୍ତୃପକ୍ଷ ସହରକୁ ସରସ ସୁନ୍ଦର କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି କହୁଥିବା ସମୟରେ ସହର ହେବାରେ ଲାଗିଛି ଅପରିଷ୍କାର l

ବାଣପୁର ଏନଏସି କାର୍ଯ୍ୟାଳୟରେ ଡଷ୍ଟବିନ ଥାଇ ମଧ୍ୟ ସେସବୁ ଖତ ଖାଉଛି ଓ କୌଣସି କାମକୁ ଆସୁନି . ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି , ତେବେ ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଆଉ ଦେଖିବାକୁ ବାକି ରହିଲା ବାଣପୁର ଏନଏସି କେବେ ହେଉଛି ବାସ୍ତବରେ ସ୍ୱଚ୍ଛ ।

Leave a Reply

Your email address will not be published. Required fields are marked *