ପାଖେଇ ଆସିଲା ଗଣେଶ ପୂଜା : ମୂର୍ତ୍ତୀ କାରିଗରଙ୍କୁ ଫୁରସତ ନାହିଁ

Spread the love

ମାଟିମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ବୃଦ୍ଧି ପାଇଛି

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାଖେଇ ଆସିଲା ଗଣେଶ ପୂଜା , ପାରଳାରେ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ . ବଜାର ମୁଖ୍ୟ ରାସ୍ତା ସହିତ ସହରର ବିଭିନ୍ନ ଗଳି କନ୍ଦିରେ ମଧ୍ୟ ଛୋଟ ବଡ଼ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି। କୋଭିଡ଼ ପରିସ୍ଥିତି ଯୋଗୁଁ ପର୍ବ ପର୍ବାଣୀ ପାଳନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି , ତେବେ ଗଣେଶ ପୂଜାକୁ ଜାକ ଜମକରେ ପାଳନ ନ କରି ସୀମିତ ଲୋକଙ୍କ ମଧ୍ୟରେ ପୂଜାର୍ଚ୍ଚନା କରିବା ନେଇ ସରକାର ଅନୁମତି ଦେଇଛନ୍ତି । ଏଥିସହ 4 ଫୁଟ ଉଚ୍ଚତା ରୁ କମ ଥିବା ମୂର୍ତ୍ତି ହିଁ ପୂଜା ହୋଇପାରିବ ବୋଲି ଗାଇଡ଼ ଲାଇନ ରହିଛି ।

କୋଭିଡ଼ି ପାଇଁ ଦୁଇ ବର୍ଷ ହେଲା ପୂଜା ବନ୍ଦ ରହିଛି । ଚଳିତ ବର୍ଷ କୋଭିଡ଼ି କଟକଣା କୋହଳ ହୋଇଥିବା ବେଳେ ପୂଜା ପାଇଁ ଅନୁମତି ମିଳିଛି । ସହରରେ ମୂର୍ତ୍ତି କାରିଗର ମାଟି, ନଡ଼ା ସୁତୁଲି ଓ କାଠପଟା ଦ୍ୱାରା ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ମାଷ୍ଟର ଅଫ ପ୍ୟାରିସ ରେ ମଧ୍ୟ ମୂର୍ତ୍ତି ନିର୍ମାଣ କରାଯାଇଛି । ନିର୍ମାଣ ସରିବା ପରେ ମୂର୍ତ୍ତିକୁ ପାଣି କଲର ଦ୍ୱାରା ମୂର୍ତ୍ତିକୁ ରଙ୍ଗ କରାହେଉଛି । ବର୍ତ୍ତମାନ ସହରରେ ମାଟି ମୂର୍ତ୍ତି ଅପେକ୍ଷା ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା ରହିଛି । କାରଣ ହାଲୁକା ସୁନ୍ଦର କାରୁକାର୍ଯ୍ୟ ଓ ମୂର୍ତ୍ତିର ଦାମ ଶସ୍ତା ହୋଇ ଥିବାରୁ ଲୋକେ ଏଥି ପ୍ରତି ଆକୃଷ୍ଟ ହୋଇଥାନ୍ତି । ବର୍ତ୍ତମାନ ସହରର ମାଟି ମୂର୍ତ୍ତି କାରିଗର ମଧ୍ୟ ପ୍ଲାଷ୍ଟର ଅଫ ପ୍ୟାରିସର ମୂର୍ତ୍ତି ନିର୍ମାଣ କରୁଛନ୍ତି । ଦୁଇ ପଇସା ରୋଜଗାର କରିବା ଆଶାରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିକୁ ଆପଣେଇଛନ୍ତି । ନଡ଼ିଆ କତା ଦ୍ୱାରା ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ ହେଉଛି । ହାଲୁକା ସାଙ୍ଗକୁ ମୂର୍ତ୍ତି ଫିନିସିଙ୍ଗ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବାରୁ ଲୋକେ ମଧ୍ୟ ତାହା କିଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କିଛି ବ୍ୟବସାୟୀ ବ୍ରହ୍ମପୁର ଓ ବିଜୟ ନଗରମରୁ ମଧ୍ୟ ମୂର୍ତ୍ତି ଆଣି ବିକ୍ରି କରୁଛନ୍ତି । ସହରର କଟିକିଆ ସାହି ଓ ଚିତ୍ରକାର ସାହିରେ ମାଟି ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ କିଛି କାରିଗର ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଚଳିତ ବର୍ଷ ଦୁଇ ପଇସା ରୋଜଗାର କରିବା ଆଶାରେ ମୂର୍ତ୍ତି ତିଆରି କରିବାରେ କାରିଗର ବ୍ୟସ୍ତ ରହିଛନ୍ତି ।

Leave a Reply

Your email address will not be published. Required fields are marked *