କୃଷି ମନ୍ତ୍ରୀ ଙ୍କ ଏରିଆ ରେ ୟୁରିଆ ସାର କଳା ବଜାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦୁର୍ନୀତି ବହିରେ ନୂଆ ନୂଆ ଫର୍ଦ୍ଦ ଯୋଡିବାର ଠିକା ନେଇଛି ନୟାଗଡ ଜିଲ୍ଲା . ମନରେଗା ଯୋଜନା ଏବଂ ଜବ କାର୍ଡ କେଳେଙ୍କାରୀ ପରେ ଏବେ ସାମନାକୁ ଆସିଛି ୟୁରିଆ ମାମଲା . ଖୋଦ୍ କୃଷି ମନ୍ତ୍ରୀ ଙ୍କ ଏରିଆ ରେ ୟୁରିଆ ସାର ବଣ୍ଟନ ରେ ପ୍ରିୟା ପ୍ରତି ତୋଷଣ । ଚାଷୀ ହେଉଛନ୍ତି ନୟାନ୍ତ । ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ରେ ସାର ର କଳାବଜାରୀ ଅଭିଯୋଗ ଆସିଥିବା ସମୟରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ଚାଷୀ । କୁରାଳ ପଞ୍ଚାୟତ ରେ କେତେ ଚାଷ ଜମି ଅଛି କେତେ ଚାଷୀ ଅଛନ୍ତି ସରକାର ଅବଗତ ଥିଲେ ମଧ୍ୟ ସରକାରଙ୍କ ଅବହେଳା ଲାଗି ଚାଷୀ ହଇରାଣ ହେଉଛନ୍ତି । ମନ୍ତ୍ରୀ ଜୁମ ଆପ ରେ ଭାଷଣ ଦେବାରେ ବ୍ୟସ୍ତ , ଏଣେ ଦଳୀୟ କର୍ମୀ ଅଧିକାରୀଙ୍କୁ ହାକିମାତି ଦେଖାଇ ଖୋଲା କଲେଣି ୟୁରିଆ ବସ୍ତା . କଳାବଜାରୀ ରେ ସାରା କିଣି ଚାଷୀ ବେହାଲ , ଚଢା ଦରରେ ସାରା ବିକି ଦଲାଲ ମାଲାମାଲ . ଏହା ହେଉଛି କୃଷି ମନ୍ତ୍ରୀଙ୍କ ଏରିଆର ହାଲ .

Leave a Reply

Your email address will not be published. Required fields are marked *