ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଲଘୁଚାପ ବର୍ଷା ରେ ଘର ଭାଙ୍ଗି ଯାଇଛି କିନ୍ତୁ ପ୍ରଶାସନ ର ନିଦ ଭାଙ୍ଗିନି . ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ମାଳ ମାଳ ଯୋଜନା କାହା ସ୍ୱାର୍ଥରେ l ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ଟୋଲକାନୀ ଗ୍ରାମର ରବୀନ୍ଦ୍ର କୁମାର ମହାରଣା ଙ୍କ ଘରର କାନ୍ଥ ସବୁ ଲଘୁଚାପ ଜନିତ ଲଗାଣ ବର୍ଷା ରେ ଭାଙ୍ଗି ଯାଇଛି l କିନ୍ତୁ କାନ୍ଥ ପଡିବା ପୂର୍ବରୁ ପରିବାର ସମସ୍ତେ ପଡିଶା ଘରକୁ ପଳେଇ ଯାଇଥିଲେ l ଦୁଃଖର ବିଷୟ ଓଡିଶା ସରକାର ଙ୍କ ମାଳ ମାଳ ଯୋଜନା କାହା ପାଇଁ, କାହା ସ୍ୱାର୍ଥରେ l ଏତେ ଯୋଜନା ଥାଇ ମଧ୍ୟ ଲୋକେ ଘର ଖଣ୍ଡେ ପାଇପାରୁ ନାଁହାନ୍ତି l ସରପଞ୍ଚ କୁ ଭେଟ କରିବାକୁ ପଞ୍ଚାୟତ ଅଫିସ ଯାଇଥିଲେ ମଧ୍ୟ୍ୟ ଭେଟ ନ ହାବାରୁ ଫୋନ କରିଥିଲେ କିନ୍ତୁ ସରପଞ୍ଚ ଫୋନ ରିସିଭ କରି ନଥିଲେ l ରବୀନ୍ଦ୍ର କୁମାର ମହାରଣା ଆର ଆଇ ମହୋଦୟ ଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ l ଦେଖିବାକୁ ବାକି ରହିଲା ପ୍ରଶାସନ ର ଅଧିକାରୀ ମାନଙ୍କ ଦୃଷ୍ଟି କେବେ ପଡୁଛି ଅସହାୟ ରବୀନ୍ଦ୍ର ମହାରଣା ଙ୍କ ଉପରେ l
ସରକାର ଙ୍କ ମାଳ ମାଳ ଯୋଜନା କାହା ସ୍ୱାର୍ଥରେ !!!

