ବାଲୁଗାଁ ରେଳ ଷ୍ଟେସନ ସ୍ଥିତି ଯାଞ୍ଚ କଲେ ଭାରତୀୟ ରେଳ ବୋର୍ଡର ପିଏସି ସଦସ୍ୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ରେଳ ଷ୍ଟେସନ୍ ର ସ୍ଥିତି ସମୀକ୍ଷା କଲେ ରେଳ ବୋର୍ଡ ଯାତ୍ରୀ ସୁବିଧା କମିଟି . ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପରିସର ଅନୁଧ୍ୟାନ କରି ଅପରାହ୍ଣ ୪ଟା ସମୟରେ ରେଲୱେ ବୋର୍ଡ ର ସାତ ଜଣିଆ ଯାତ୍ରୀ ସୁବିଧା କମିଟି ବାଲୁଗାଁ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସ୍ଥାନୀୟ ଜନସାଧାରଣ କମିଟିର ମେମ୍ବର ମାନଙ୍କୁ ଉତରୀୟ ଦେଇ ସ୍ଵାଗତ କରିଥିଲେ । ରେଳ ଷ୍ଟେସନ ପରିସରରେ ଥିବା ଯାତ୍ରୀ ପ୍ରତିକ୍ଷାଳୟ କେନ୍ଦ୍ର, କ୍ୟାଣ୍ଟିନ୍, ଶୌଚାଳୟ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଯାତ୍ରୀଙ୍କ ନିମନ୍ତେ ତାହା ଉପଯୁକ୍ତ କି ନାହିଁ ସମ୍ପୁର୍ଣ୍ଣ ଷ୍ଟେସନ ବୁଲି ବୁଲି ଟିକିନିଖ ଅନୁଧ୍ୟାନ କରିଥିଲେ । ସାତଜଣ କମିଟି ମେମ୍ବର ଦିଲ୍ଲୀପ ମଲ୍ଲିକ୍, ଅଜୟ କୁମାର ଯାଦବ୍, ଅଭିଜିତ୍ ଦାସ, ରାମ୍ କୁମାର ପାହାନ୍, ଅଭିଲାଶ୍ ପାଣ୍ଡେ, ବିଚିତ୍ର ନାରାୟଣ କଳିତ ଏବଂ ସୁନିଲ୍ ରାମ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଅନୁଧ୍ୟାନ କାର୍ଯ୍ୟ ସାରି ଗଣମାଧ୍ୟମ ସମ୍ମୁଖରେ କମିଟି ମୁଖ୍ୟ ଦିଲ୍ଲୀପ ମଲ୍ଲିକ୍ କହିଛନ୍ତି କି ଅନୁଧ୍ୟାନ ପରେ ଯାହା ଅଭାବ ଅସୁବିଧା ପରିଲକ୍ଷିତ ହୋଇଛି , ଯାତ୍ରୀଙ୍କ ନିମନ୍ତେ ଯାହା ସୁବିଧା ଆବଶ୍ୟକ ତାହା ପୂରଣ କରାଯିବ।

Leave a Reply

Your email address will not be published. Required fields are marked *