ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଲି ଦେଖିଲେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ର ଚିଲିକା ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ବୁଲି ଦେଖିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । କିଛିଦିନ ତଳେ ଆସିଥିବା ଗୁଲାବ ବାତ୍ୟା ମସ୍ୟଜୀବି ଙ୍କର ବେଉସା ବୁଡାଇ ଦେଇଛି । ଯାହା ଫଳରେ ଆଜି ଚିଲିକା ବ୍ଳକର ସୋରଣ , ହାଟବରଡ଼ି, ନଈରୀ ,ବଉଳାବନ୍ଧ ଓ କୁମାଣ୍ଡଳ ଗ୍ରାମ ଅଞ୍ଚଳରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚି ସମସ୍ୟା ଦୂର କରିବା ପାଇଁ ଚିଲିକା ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଚିଲିକା କୂଳ ଠାରୁ ତିନି କିଲୋମିଟର ଦୂର ପର୍ଯ୍ୟନ୍ତ ଦଳ ଜମି ରହିଥିବାରୁ ମସ୍ୟଜୀବି ମାନେ ଚିଲିକା ଭିତରକୁ ଯାଇ ପାରୁ ନାହାନ୍ତି । ମଲାଗୁଣି, ରାଜୁଆ, ଭାର୍ଗବୀ, ଦୟା ମକରା ଓ ଲୁଣା ଏହି ଅଞ୍ଚଳରୁ ରାଜ ଦଳ ଆସି ଚିଲିକା ମସ୍ୟଜୀବି ଙ୍କ ଭାତ ହାଣ୍ଡି ଆଜି ବନ୍ଦ ହୋଇପଡ଼ିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ପୃଥ୍ୱୀରାଜ ହରିଚନ୍ଦନ ଚିଲିକା ମସ୍ୟଜୀବି ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି .

Leave a Reply

Your email address will not be published. Required fields are marked *