ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ସମସ୍ତ ଶକ୍ତିପୀଠ ମଧ୍ୟରେ ଅନ୍ୟତମ ତନ୍ତ୍ର ଶକ୍ତି ପୀଠ ବାଣପୁର ମାଆ ଭଗବତୀ . ଶାରଦୀୟ ପୂଜା ଅବସରରେ ବାଣପୁରରେ ଆଜି ଠାରୁ ଆରମ୍ଭ ହେଲା ମା ଭଗବତୀଙ୍କର ୧୬ ଦିନ ବ୍ୟାପୀ ଶାରଦୀୟ ଦୁର୍ଗାତ୍ସବ . ଏହି ପରିପ୍ରେକ୍ଷୀରେ ମା ଭାଗବତୀଙ୍କର ଚଳନ୍ତି ପ୍ରତିମା କାଠି ଠାକୁରାଣୀ ବାପଘର ଦକ୍ଷେସ୍ୱର ମନ୍ଦିରରୁ ବାହାରି ବଜାର ସାହି ଦେଇ ପାଳିଆ ମାଳି, ପୂଜକ, ଘଣ୍ଟୁଆ, କାହାଳିଆ, ମଶାଲଧାରୀ ପ୍ରଭୁତି ସେବକଙ୍କ ଗହଣରେ ନାଚି ନାଚି ଏକାମୁହାଁ ହୋଇ ଭଗବତୀ ମନ୍ଦିରକୁ ଯାଇଛନ୍ତି . ଆଶ୍ୱିନ ମାସ କୃଷ୍ଣପକ୍ଷ ପାର୍ବଣ ପର୍ବ ଷୋଡ଼ଶ ଉପଚାର ସହିତ ପୂଜା କରାଯାଏ . ନବରାତ୍ରି ପର୍ବରେ ମାଙ୍କୁ ନଅ ପ୍ରକାର ବେଶରେ ସଜ୍ଜିତ କରାଯାଏ , ଓଡ଼ିଶାର ଲୋକ ସଂସ୍କୃତିରେ ଏହା ଏକ ବଳିଷ୍ଠ ପାରମ୍ପରିକ ପର୍ବ । ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରିବା ଶତ୍ରୁ ମାନଙ୍କ ବିନାଶ କରିବା ପାଇଁ ମାଆ ଦୁର୍ଗା ଅସାଧୁ ମାନଙ୍କ ବିନାଶ କରିବା ସାଧୁ ମାନଙ୍କୁ ରକ୍ଷା କରିବା ପାଇଁ ମାଆ ଧରାପୃଷ୍ଟ ରେ ଅବତରଣ କରିଥାନ୍ତି ଏହି ଶୋଭା ଯାତ୍ରାରେ ମାଆ ତାଙ୍କ ସହିତ ଅନେକ ଚଣ୍ଡୀ ଚାମୁଣ୍ଡାଙ୍କୁ ମଧ୍ୟ ମନ୍ଦିରକୁ ଯାଇଥାନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅବସ୍ଥିତ ଏହି ଶକ୍ତିପୀଠର ମହିମା ସ୍ୱତନ୍ତ୍ର ଅଟେ .
ମା ଭଗବତୀଙ୍କର ପ୍ରସିଦ୍ଧ ୧୬ ଦିନ ବ୍ୟାପୀ ଶାରଦୀୟ ଦୁର୍ଗାତ୍ସବ ଆରମ୍ଭ !!!

