ଓଁ ଶାନ୍ତି ଆଶ୍ରମରେ ନବବର୍ଷ ପାଇଁ ଆଧ୍ୟାତ୍ମିକ ଆସର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ପ୍ରଜାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ନବବର୍ଷ ବଂଧୁ ମିଳନ ଆସର ଡମପଡା ସଂଚାଳନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବରିଷ୍ଠ ନାଗରିକର ସଦସ୍ୟ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ , ପ୍ରିୟନାଥ ଦାସ, ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ଡମପଡା, କୁସୁନ୍ଦା , ଅରପୁର, ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମର ଶତାଧିକ ମାଆ ଭଉଣୀ ମାନେ ଯୋଗଦେଇ ପରମପିତା ବାବାଙ୍କ ଆଦର୍ଶକୁ ଲୋକାଭିମୁଖି କରିବା ସହିତ ନିଜକୁ ଭଲ ମଣିଷ ଭାବେ ମୁଖ୍ୟ ସ୍ରୋତରେ ଗଢିବାକୁ ଶପଥ ପାଠ କରିଥିଲେ । ଓମ୍ ଶାନ୍ତି ଆଧ୍ୟାତ୍ମିକ ବଂଧୁମିଳନ ଉତ୍ସବରେ ଭଉଣୀ ବ୍ରହ୍ମକୁମାରୀ ସ୍ୱପ୍ନା ଈଶ୍ୱରଙ୍କୁ ପାଇବାକୁ ହେଲେ ନିଜକୁ ସମର୍ପଣ ଏବଂ ସତଚିନ୍ତାରେ ସଦା ସର୍ବଦା ଗତି କରିବାକୁ ଉପସ୍ଥିତ ଜନସମାଜକୁ ପରାମର୍ଶ ଦେଇଥିଲେ । ଭଉଣୀ ଗୁଡୁଲୀଙ୍କ ସଭାମଞ୍ଚରେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ ଦର୍ଶକକୁ ବିମୋହିତ କରି ପାରିଥିଲା । ସର୍ବଶେଷରେ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନକୁ ପରସ୍ପର ଭିତରେ ପିଠା ମିଠା ଖୁଆଇ ଜଣାଇଥିଲେ । ବ୍ରହ୍ମକୁମାର ବିରଞ୍ଚି ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *