ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି , ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ , ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ , ପିଡି ଦିଗନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ୭୯୨ ଜଣ ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ! ସେଥି ମଧ୍ୟରୁ ୭୮୭ ଟି ବ୍ୟକ୍ତିଗତ ଥିବା ବେଳେ , ୫ ଟି ଗୋଷ୍ଠୀଗତ ଅଭିଯୋଗ ଥିଲା ! ଦୁଇ ହିତାଧିକାରୀ ଙ୍କୁ ରେଡକ୍ରସ ପାଣ୍ଠିରୁ ୮ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇଛି । ଆଉ ଚାରି ଗୋଟି ଅଭିଯୋଗ କୁ ମୁଖରିତ ସମାଧାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ବୁଲବୁଲ ବେହେରା ,ଏବିଡିଓ ସିମାଦ୍ରୀ ପାତ୍ର , ତହସିଲଦାର କୁଞ୍ଜବିହାରୀ ବଡଜେନା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା , ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତେବେ ଅଭିଯୋଗକାରିଙ୍କର ଅଭିଯୋଗ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓ ବିଜୁ ପକାଘର ଯୋଜନା , ରାସନ୍ କାର୍ଡ , ପାଇଖିନା , ଭତ୍ତା ଆଦିର ଅଭିଯୋଗ ଥିବାବେଳେ ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା , ବିଇଓ ସନାତନ ଜାଲୀ ,ସପ୍ଳାଇ ଇନିସ୍ପେକ୍ଟର ଶିବରାମ ବିଶ୍ବାଳ , ବିପିଏମ ଶିବପ୍ରସାଦ ଜାଲି ଙ୍କ ସମେତ ବିଦ୍ୟୁତ , ସ୍ବାସ୍ଥ୍ୟ , ଜଳସେଚନ, ହଟିକଲଚର , ମତ୍ସ୍ୟ ଓ ପଶୁ ସମ୍ପଦ ପ୍ରମୁଖ ବିଭାଗର ଅଧିକାରି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *