ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିଆଙ୍କ ସାହି ଗ୍ରାମରେ ପାଗଳ ହନୁ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଛି । ଯାହାକୁ ଦେଖିଲା ଗୋଡେଇ ଗୋଡେଇ କାମୁଡିବା ସହିତ କ୍ଷତ ବିକ୍ଷତ କରି ପକାଉଛି । ପାଗଳ ହନୁ ମାଙ୍କଡ ର ଏପରି କାରନାମା ଯୋଗୁ ଚିଆଙ୍କ ସାହି ଗ୍ରାମବାସୀ ଏବେ ଭୟଭୀତ ହୋଇ ରହିଛନ୍ତି । ଗୋଟେ ସପ୍ତାହ ମଧ୍ୟରେ ୫ ଜଣଙ୍କୁ କାମୁଡା କାମୁଡି କରିବା ସହିତ କ୍ଷତ ବିକ୍ଷତ କରି ସାରିଲାଣି । ବାଣପୁର ଅଞ୍ଚଳର ଏହି ପାଗଳ ହନୁ ମାଙ୍କଡ ର ଉତ୍ପାତରେ ଲୋକମାନେ ଆହତ ହୋଇ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି । ଏଥି ପ୍ରତି ସ୍ଥାନୀୟ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉକ୍ତ ପାଗଳ ହନୁ ମାଙ୍କଡକୁ ଟ୍ରାଙ୍କୁଲାଇଜ କରି ଧରା ଯାଇ ଜଙ୍ଗଲରେ ଛାଡ଼ିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
ବାଣପୁର ଚିଆଙ୍କ ସାହି ଗ୍ରାମର ୫ ଜଣଙ୍କୁ ଆହତ କଲାଣି ପାଗଳ ହନୁ ମାଙ୍କଡ !!!

