ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଆୟତପୁର ଗ୍ରାମର “ଝାନସୀ ରାଣୀ ଲକ୍ଷ୍ମୀବାଇ ସାହସୀ ମହିଳା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ” ସୁନାମଧନ୍ୟା ସମାଜସେବୀ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ଅଧ୍ୟକ୍ଷା ମାନସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବାଣପୁର ବ୍ଲକ ଅଧିନସ୍ଥ ସୁନାଖଳା ଡାକ ବଙ୍ଗଳା ପରିସରରେ କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ଶିବିର ତଥା ନିରାଶ୍ରୟା ବରିଷ୍ଠ ନାଗରିକ ମହିଳାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ସାମ୍ବାଦିକ ତଥା ସମାଜସେବୀ ପ୍ରଦୋଷ କୁମାର ଦାସ ଙ୍କ ସଭା ସଞ୍ଚାଳନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବକ୍ତା ଭାବେ ସମାଜସେବୀ ରାମଚନ୍ଦ୍ର ପ୍ରଧାନ, ସାମ୍ବାଦିକ ମନୋଜ ମୋହନ ବରାଳ, ସମାଜ ସେବୀ ଚାରୁଲତା ମହାନ୍ତି ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହିତ ଏଥିରେ ସହଯୋଗ ପ୍ରଦାନ କରିଥିଲେ । ଆୟୋଜକ “ଓ ଓ୍ବାଇ ଏସ୍ ଏସ୍” ( ଓଡ଼ିଶା ଯୁବ ସା°ସ୍କୃତିକ ସ°ସଦ ) ପକ୍ଷରୁ ୧୨୩ ଜଣ ବରିଷ୍ଠ ନାଗରିକ ନିରାଶ୍ରୟା ମହିଳାଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ସମସ୍ତଙ୍କୁ କନ୍ୟା ସନ୍ତାନ ସୁରକ୍ଷା ଉପରେ ସଚେତନ କରାଯାଇଥିଲା।
କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ଓ ନିରାଶ୍ରୟା ମହିଳାଙ୍କୁ କମ୍ବଳ ବଣ୍ଟନ !!!

