ସ୍ୱଚ୍ଛ ଭାରତ ମିଶନ ଯୋଜନା ରେ ବ୍ୟାପକ ଦୁର୍ନୀତି !!!

0
289

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ସ୍ୱଚ୍ଛତା କୁ ନେଇ କୋଟି କୋଟି ଟଙ୍କା ମଂଜୁର କରୁଛନ୍ତି କେନ୍ଦ୍ର ସରକାର କିନ୍ତୁ ପଇସା ପଇସା ବାଟରେ ଚାଲି ଯାଉଥିବା ବେଳେ ଏଠି ସଧାରଣ ହିତାଧିକାରୀ ମାନେ ହନ୍ତସନ୍ତ ହେଉଛନ୍ତି । ସ୍ୱଚ୍ଛ ଭାରତ ମିଶନ ଯୋଜନା କେନ୍ଦ୍ର ସରକାର ଙ୍କ ଏକ ବୃହତ ଯୋଜନା , ଏହି ଯୋଜନା ମାଧ୍ୟମ ରେ ପ୍ରତ୍ୟେକ ନାଗରିକ ଙ୍କୁ ସ୍ଵଛ ଶୌଚ ଯୋଗାଇବାକୁ ପାଇଖାନା ଗୃହ ନିର୍ମାଣରେ କେନ୍ଦ୍ର ସରକାର ବାର ହଜାର ଟଙ୍କା ପ୍ରଦାନ କରୁଛନ୍ତି । ସ୍ଵଛ ଭାରତ ମିଶନ ଯୋଜନା ରେ ବଙ୍ଗୀୟ, ବିହାରୀ ଠିକାଦାର ସାଜି ହିତାଧିକାରୀଙ୍କ ନିମନ୍ତେ ସରକାର ଙ୍କ ତରଫରୁ ଆସୁଥିବା ପଇସା ଲୁଟିବାରେ ଲାଗିଛନ୍ତି । ଏହିପରି ଅଭିଯୋଗ କରିଛନ୍ତି ଦାନଗଦି ବ୍ଲକ ନଛିପୁରା ଗାଁ ର ଯୁଗଳ କିଶୋର ନାୟକ ଓ ବିପିନ ଚରଣ ନାୟକ ଙ୍କ ସମେତ ଅନ୍ୟ ବହୁ ଗ୍ରାମବାସୀ । ଏହି ଗାଁ ରେ ପୂର୍ବରୁ ହୋଇଥିବା ସରକରୀ ପାଇଖାନା ଗୃହ ଗୁଡିକ ଗୋଟିଏ ପ୍ରକାର ଥିବାବେଳେ ବର୍ତ୍ତମାନର ର ନିର୍ମାଣ ହେଉଥିବା ପାଇଖାନା ଗୃହ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି । ଗୃହ ନିର୍ମାଣ ନସରୁଣୁ ଇଟା ଗୁଡିକ କାନ୍ଥରୁ ଖସି ପଡୁଛି । ଏପଟେ ପାଇଖାନ ଗୃହ ର ମୂଳ ସ୍ତର ମାଟି ଉପରେ ନାମକୁ ମାତ୍ର ପୋତାଯାଉଛି , ଇଟା ଗୁଡିକ ନିମ୍ନ ମାନର ହୋଇଥିବା ସମୟରେ କମ ବାଲି ସିମେଣ୍ଟ ଭାଗ ଦେଇ କାର୍ଯ୍ୟ କରୁଛନ୍ତି । ବିନା ପ୍ଲାସ୍ଟର ରେ ରଙ୍ଗ ଦିଆଯାଉଛି । ପାଇଖାନା ଗୃହ ର କବାଟ କହିଲେ କାଠ ରେ ନିର୍ମିତ ଜିଆଇ ପ୍ଲେଟ ରେ କଣ୍ଟା ବାଡେଇ ଲଗା ଯାଉଥିବାର ଅଭିଯୋଗ ଆଣିଛନ୍ତି କିଶୋର ନାୟକ । ହିତାଧିକାରୀଙ୍କ କହିବା ଅନୁଯାୟୀ ଚାରି ରୁ ପାଞ୍ଚ ହଜାର ଖର୍ଚ୍ଚ କରି ଅବଶିଷ୍ଟ ପଇସା କଣ୍ଟ୍ରାକ୍ଟର ହାତଉଛନ୍ତି ।କଣ୍ଟ୍ରାକ୍ଟର କୁ କାମ ବନ୍ଦ କରିବା ପାଇଁ କହିଲେ ସ୍ଥାନୀୟ ଶାସକ ଦଳର କୁଜିନେତା ଯାଇକି ଧମକ ଚମକ କରୁଛନ୍ତି ହିତାଧିକାରୀ ଙ୍କୁ । କିଛି ହିତାଧିକାରୀ ଧମକ ଡରରେ କୌଣସି ଅଭିଯୋଗ ମଧ୍ୟ କରୁ ନାହାନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଙ୍କ ସହିତ ଯୋଗା ଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ଦାନଗଦି ବିଡିଓ ମଣି ପ୍ରସାଦ ମିଶ୍ର ଙ୍କ ସହିତ ଯୋଗାଯୋଗ କରିବା ପାଇଁ ଦାନଗଦି ବ୍ଲକ ପରିସର କୁ ଯାଇଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ନଥିବାରୁ ଯୋଗାଯୋଗ ହୋଇପାରିଲା ନାହିଁ . ତେବେ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଥରେ ଫୋନ ରିସିଭ କରି କାଟି ଦେଇଥିଲେ ।ଏଠି ସ୍ପଷ୍ଟ ମାତ୍ରା ରେ ବାରି ହେଉଛି କି ବ୍ଲକ ପ୍ରଶାସନିକ ଅଧିକାରୀ , ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର କୁଜିନେତା ମାନେ ଵିଦେଶୀ କଣ୍ଟ୍ରାକ୍ଟର ଙ୍କ ପାଖରୁ ମୋଟା ଅଙ୍କ ର ପିସି ନେଇ କାର୍ଯ୍ୟ ଜାରି ରଖିଛନ୍ତି । ନେହେଲ ବିଦେଶୀ ଠିକାଦାର ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ । ଏ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here