ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାର ଚାଷୀ ମାନଙ୍କୁ ଅନେକ ଗୁରୁତ୍ଵ ଦେଉଥିବା ବେଳେ , କିଛି ସରକାରୀ ବାବୁ ମାନଙ୍କ କାରନାମା ଯୋଗୁ ଚାଷୀ ହେଉଛନ୍ତି ହନ୍ତସନ୍ତ । ସାର କଳାବଜାରୀ ହେଉଥିବାର ଅଭିଯୋଗ ଆଣି ସୋସାଇଟି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା . ସାଧାରଣ ଚାଷୀ ମାନଙ୍କ ପାଇଁ ଆସିଥିବା ସାର କୁ ଚଢ଼ା ଦାମରେ ବିକୁଛନ୍ତି ସୋସାଇଟ ର ସେକ୍ରେଟେରୀ । ଏପରି ଅଭିଯୋଗ ଆଣିଛନ୍ତି ସାନ ନଇରି ଗାଁ ର ଚାଷୀ । ସରକାର ସାର ମୂଲ୍ୟ ୨୬୫. ଟଙ୍କା ୫୦ ପଇସା ଧାର୍ଯ୍ୟ କରିଥିବା ସମୟରେ ସେକ୍ରେଟାରୀ ସେମାନଙ୍କ ଠାରୁ ୩୦୦ ରୁ ୩୩୦ ଟଙ୍କା ନେଉଛନ୍ତି । ଏହାକୁ କେନ୍ଦ୍ରକରି ଚାଷୀ ମାନେ ଏକଜୁଟ ହୋଇ କହିବାରୁ ସୋସାଇଟି ର ଅଧିକାରୀ କିଭଳି ବ୍ୟବହାର ଦେଖାଉଛନ୍ତି ତାହା ଆଶ୍ଚଯ୍ୟଜନକ . ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୃଷି ସହାୟତା ବିଳମ୍ବ କାରଣରୁ ବିଗତ ଦିନ ମାନଙ୍କରେ ଚାଷୀ ଅନେକ ହନ୍ତସନ୍ତ ହୋଇଥିବା ବେଳେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି ସାନ ନଈରି ସୋସାଇଟିରେ , କିନ୍ତୁ ସେକ୍ରେଟାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଜେ ମୁ ବାହାରେ କଣ ହଉଛି ଜାଣିନି , ଲୋକ କଣ ପାଇଁ ଗହଳି କରୁଛନ୍ତି ଜାଣିନି । ସାଧାରଣ ଚାଷୀଙ୍କ ପାଇଁ ଆସୁଥିବା ସାର ବାହାରେ କଳାବଜାରୀ ହେଉଥିବା ସମୟରେ ଦଲାଲ ପାଲଟିଛନ୍ତି ମାଲାମାଲ , ଆଉ ଚାଷୀ ଅବସ୍ଥା ବେହାଲ .
ସାର କଳା ବଜାରୀ ଅଭିଯୋଗ : ନଇରି ସୋସାଇଟି ଆଗରେ ଶତାଧିକ ଲୋକଙ୍କ ଆନ୍ଦୋଳନ !!!

