ଗମ୍ଭାରୀମୁଣ୍ଡା ମା’ ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଓ ନବଦୁର୍ଗାଙ୍କ ମହା ମେଳନ ମହୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା ପଙ୍କାଳ ଏବଂ ମହତପଲ୍ଲା ଗ୍ରାମର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମା’ ଖିଲାମୁଣ୍ଡା ଦେବୀଙ୍କ ପୀଠରେ ଚାରିଦିନ ବ୍ୟାପୀ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଶେଷଦିନ ଅବସରରେ ନବଦୁର୍ଗାଙ୍କ ମହା ମେଳନ ମହୋତ୍ସବ ଧୁମ୍ ଧାମର ସହିତ ଅନୁଷ୍ଠିତ ହୋଇ ଯାଇଛି । ୧୯ ତାରିଖ ଶୁକ୍ରବାର ଦିନ ଅଙ୍କୁରାରୋପଣ ହୋଇଥିବା ବେଳେ ଶନିବାର ଦିନ କଳସ ଯାତ୍ରା ଓ ଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଶାଲା ପୂଜା ସହ ଯଜ୍ଞ ଆରମ୍ଭ ହୋଇ ଆଜି ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅବସରରେ ନଗର କୀର୍ତ୍ତନ ସହ ଦୈନନ୍ଦନ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ପୂର୍ଣ୍ଣାହୁତି ଦିବସରେ ମା’ ଖିଲାମୁଣ୍ଡା ଦେବୀଙ୍କ ନିମନ୍ତ୍ରଣ ପାଇ ଆଖପାଖ ଅଞ୍ଚଳର ୯ ଦେବୀ ମା’ ଖିଲାମୁଣ୍ଡା ବିଜେ ପଙ୍କାଳ, ମା’ ଶୂଳିଆ ଦେବୀ ବିଜେ ଓଡଗାଁ, ମା’ ଆଙ୍କୁଲେଇ ବିଜେ ଗମ୍ଭାରୀମୁଣ୍ଡା , ମା’ ବ୍ରାହ୍ମଣୀ ଦେବୀ ବିଜେ ଗମ୍ଭାରୀମୁଣ୍ଡା, ମା’ ବ୍ରାହ୍ମଣୀ ଦେବୀ ବିଜେ କରଡାପଲ୍ଲୀ, ମା’ ବ୍ରାହ୍ମଣୀ ଦେବୀ ବିଜେ ଟାଙ୍ଗୀ, ମା’ ଉତ୍ତରାୟଣୀ ବିଜେ ବିଞ୍ଝଳା, ମା’ ବୁଢୀମା ବିଜେ ରାହାଣବେଲୀ ପ୍ରମୁଖ ବିଜେ ପ୍ରତିମା ସୁସଜ୍ଜିତ ବିମାନ ସହିତ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ମେଳଣ ପଡ଼ିଆରେ ପହଞ୍ଚିଥିଲେ । ଦେବୀଙ୍କ ନୀତିକାନ୍ତି ପୂଜାର୍ଚ୍ଚନା କରାଯିବା ସହ ଅପରାହ୍ନରେ ସମସ୍ତ ବିଜେ ପ୍ରତିମାଙ୍କ ମହା ମେଳଣ ପର୍ଵ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପଙ୍କାଳ ଓ ମହତପଲ୍ଲା ଗ୍ରାମବାସୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *